ଜନ୍ମଦିନରେ ମନ୍ଦିର ଯାଇଥିଲା ୪ ବର୍ଷର ଶିଶୁ, ଦଳିତ ପରିବାରକୁ ଗାଁ ଲୋକ ଲଗାଇଲେ ବଡ ଜରିମାନା

Published By : Prameya-News7 Bureau | September 22, 2021 IST

ବେଙ୍ଗାଲୁରୁ ୨୨/୦୯: ଯଦିଓ ଆମେ ଏକବିଂଶ ଶତାବ୍ଦୀରେ ବାସ କରୁଛୁ । ତଥାପି ଜାତି ଆଧାରରେ ଭେଦଭାବର ଖବର ଏବେ ବି ଜାରି ରହିଛି । ନୀୟମିତ ଏପରି ମାମଲା ନଜର ଆସୁଛି । ଏଭଳି ଏକ ମାମଲା କର୍ଣ୍ଣାଟକରେ ଘଟିଛି । ଏଠାରେ ଏକ ଦଳିତ ପରିବାରର ୪ ବର୍ଷର ଶିଶୁର ଜନ୍ମଦିନ ଥିଲା । ସେ ଏହି ବିଶେଷ ଉତ୍ସବରେ ପୂଜା କରିବାକୁ ମନ୍ଦିର ଯାଇଥିଲେ ।

ତେବେ ସେ ଜାଣିନଥିଲେ ତାଙ୍କର ଏଇ ମନ୍ଦିର ଯିବାଟା ପରିବାର ପାଇଁ ପଡିପାରେ ମହଙ୍ଗା । ଏଥିପାଇଁ ତାଙ୍କ ପିତାଙ୍କୁ ଆର୍ଥିକ ଜୋରିମାନା ବି ଦେବାକୁ ପଡିପାରେ । ବାସ୍ତବରେ କର୍ଣ୍ଣାଟକ କୋପାଲର ମିଆପୁରା ଗ୍ରାମରେ ଜଣେ ଦଳିତ ବ୍ୟକ୍ତିଙ୍କ ୪ ବର୍ଷର ପୁଅକୁ ତାଙ୍କ ଜନ୍ମଦିନରେ ଏକ ମନ୍ଦିରରେ ପ୍ରବେଶ କରିଥିବାରୁ ତାଙ୍କୁ ୨୫,୦୦୦ ଟଙ୍କା ଜରିମାନା କରାଯାଇଛି ।

ଏହା ସହିତ ମନ୍ଦିର ପରିସରକୁ ବିଶୋଧନ କରିବା ପାଇଁ ୧୦,୦୦୦ ଟଙ୍କା ବି ଦେବାକୁ ମଧ୍ୟ କୁହାଯାଇଛି । ତେବେ ପ୍ରଶାସନିକ ଅଧିକାରୀମାନେ ଏହି ସୂଚନା ପାଇବା ମାତ୍ରେ ହିଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ପରେ ଗାଁଲୋକେ କ୍ଷମା ମାଗିଥିଲେ ଏବଂ ଭୁଲ ବୁଝାମଣା ହେତୁ ଏହା ଘଟିଥିବା ତହସିଲଦାର କହିଛନ୍ତି ।

ସୂଚନା ଥାଉକି, ବେଙ୍ଗଲରେ ମଧ୍ୟ ଦଳିତଙ୍କ ପ୍ରତି ଭେଦଭାବ ମାମଲା ସାମ୍ନାକୁ ଆସିଛି । ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ (ଭିବିୟୁ) ର ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ ଜଣେ ପ୍ରଫେସର ତାଙ୍କ ସହିତ ଯୋଗାଯୋଗ କରିବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ “ଅଶୁଦ୍ଧ” ବୋଲି କହିଥିଲେ । ସୋମନାଥ ସୋଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରିଥିଲା ।

ସୋମନାଥ କହିଛନ୍ତି ଯେ ସେ ଶାନ୍ତିନିକେତନର ସିଆମ୍ବାଥୀ ଅଞ୍ଚଳରେ ଥିବା ଏକ ଚା ଷ୍ଟଲରେ ପ୍ରଫେସର ସୁମିତ ବସୁଙ୍କୁ ଭେଟିଥିଲେ । ତେଣୁ ଅଭିଯୋଗ ହୋଇଛି ଯେ ସେତେବେଳେ ବସୁ ମୋତେ ଏକ ଦଳିତ ବୋଲି କହିଥିଲେ ଏବଂ କହିଥିଲେ ଯେ ସେ ମୋ ସହିତ କଥାବାର୍ତ୍ତା କରିବାକୁ ଚାହୁଁନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.