Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବନ୍ଦ ଆଲମାରୀରୁ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଯାଞ୍ଚ କରୁଛି ଫରେନସିକ ଟିମ

15/11/2021 at 3:06 PM

ଝାନ୍ସୀ ୧୫/୧୧ : ଝାନ୍ସୀରୁ ଗୋଟିଏ ଘରୁ ସନ୍ଦିଗ୍ଧ ଅବସ୍ଥାରେ ନିଖୋଜ ୪ ବର୍ଷର ଶିଶୁର ମୃତଦେହ ଏକ ଆଲମାରୀରୁ ମିଳିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ମିଳିବା ପରେ ପୋଲିସ ପହଞ୍ଚି ଶିଶୁ କନ୍ୟାର ଶବ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି। ନିରୀହ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରି ଶବକୁ ଆଲମାରୀ ଲୁଚାଇ ଦେଇଥିବା ଆଶଙ୍କା କରାଯାଉଛି। ପୋଲିସ ମାମଲାର ଯାଞ୍ଚ କରୁଛି।

ସୂଚନା ଅନୁଯାୟୀ, ଝାନ୍ସୀର ସମଥର ଥାନା ଅନ୍ତର୍ଗତ ଖୁଜା ଗାଁର ମାଖନ ଅହିରାବରଙ୍କ ୪ ବର୍ଷର ଝିଅ ରବିବାର ଦିନ ଘର ବାହାରେ ଖେଳୁଥିଲା। ସେ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ଖୋଜାଖୋଜି କରିବାରୁ ନିକଟସ୍ଥ ଜଗଦୀଶ ବରାରଙ୍କ ଅର୍ଦ୍ଧନିର୍ମିତ ଘରୁ ଝିଅର ଶବ ମିଳିଥିଲା। ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରିଦିଅ ଯାଇଥିବା ଆଶଙ୍କା କରାଯାଉଛି। ଶିଶୁର ହତ୍ୟା ଖବର ପାଇ ଡ଼ିଆଇଜି ଯୋଗେନ୍ଦ୍ର କୁମାର, ଏସଏସପି ଶିବହରି ମିଣାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୋଲିସ ଅଧିକାରୀ ଘଟଣାସ୍ଥଳରେ ନିରୀକ୍ଷଣ କରୁଛନ୍ତି। ଏସଏସପି ଶିବହରି ମିଣା କହିଛନ୍ତି ଯେ ଡଗ ସ୍କ୍ୱାର୍ଡ ଓ ଫରେନସିକ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ପୋଲିସକୁ କିଛି ଗୁରୁତ୍ୱପୂର୍ଣ ସୁରାକ ମିଳିଛି। ଖୁବ ଶୀଘ୍ର ମାମଲାର ଖୁଲାସା କରାଯିବ ବୋଲି ଏସଏସପି କହିଛନ୍ତି। ମାମଲାକୁ ଗମ୍ଭୀରତାର ସହ ନେଇ ଦୁଇଟି ପୋଲିସ ଟିମ ଗଠନ କରି ଯାଞ୍ଚ କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କଠୋର ଦଣ୍ଡ ଦେବାକୁ ଚେଷ୍ଟା କରାଯିବ ବୋଲି ଏସଏସପି କହିଛନ୍ତି।

   Related Posts