Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଚିକିତ୍ସା ଅବହେଳାରୁ ୪ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ

9/02/2019 at 1:00 PM

ନବରଙ୍ଗପୁର ୯|୨: ନବରଙ୍ଗପୁରରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୩ଟା ବେଳେ ପାପଡାହାଣ୍ଡି ବ୍ଲକ ଝାଡ଼କୁସୁମି ଗାଁର ସୁରେଶ ସୁନାଙ୍କ ଚାରି ବର୍ଷର ପୁଅ ଅଭିଜିତ ସୁନାଙ୍କୁ ଜ୍ବର ହୋଇଥିଲା । ଫଳରେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ଆଜି ସକାଳେ ଶିଶୁର ମୃତ୍ୟୁ ହୋଇଥିଲା । ଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ରାତି ଡ୍ୟୁଟିରେ ଥିବା ଡାକ୍ତର ସୁଶାନ୍ତ ପଣ୍ଡା ଉପଯୁକ୍ତ ଚିକିତ୍ସା କରିନଥିଲେ, ଏପରକି ଶିଶୁ ପାଇଁ ରକ୍ତ ଯୋଗାଡ଼ କରାଯାଇଥିଲେ ମଧ୍ୟ ରକ୍ତ ଦିଆଯାଇନଥିଲା । ଯାହା ଫଳରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।

ଏପରିକି ଡ୍ୟୁଟିରେ ଥିବା ଡାକ୍ତର ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।  ଅପରପକ୍ଷରେ ଏଡିଏମଓ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

   Related Posts