Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୧୮ମହଲାରୁ ପଡ଼ିଲେ କିନ୍ତୁ ବଞ୍ଚାଇଦେଲେ ଭଗବାନ : ୪ବର୍ଷର ଶିଶୁ ଭାଗ୍ୟବାନ୍

20/08/2020 at 1:09 PM

ହୁଓ୍ବାଇ ୨୦/୮: ‘ଯାହାକୁ ରଖିବ ଅନନ୍ତ,କିଏ କରି ପାରିବ ବଳବନ୍ତ’ କୁହାଯାଏ ଯେ ଯାହାକୁ ଭଗବାନ ବଞ୍ଚାଇବାକୁ ଚାହଁନ୍ତି,ତାଙ୍କୁ କେହି ମାରି ପାରିବେ ନାହିଁ। ଠିକ୍ ଏପରି ହିଁ ଘଟିଛି ଜଣେ ୪ବର୍ଷର ଶିଶୁ ସହ। ଶିଶୁଟି ୧୮ମହଲାରେ ଥିବା ନିଜ ଫ୍ଲାଟରୁ ଝରକା ରାସ୍ତାରୁ ତଳକୁ ଖସି ପଡ଼ିଥିଲା,କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଥିଲା।

ଚୀନର ହୁଓ୍ବାଇ ପ୍ରାନ୍ତର ଶିୟାଗୟାଙ୍ଗ ସହରରେ ଜଣେ ୪ବର୍ଷ ବୟସର ଶିଶୁ ନିଜ ଘରେ ଏକୁଟିଆ ଥିଲା। ବାପା-ମାଆ ଘରେ ନଥିଲେ। ସେ ସୋଫା ଉପରେ ଚଢ଼ିଥିଲା ଏବଂ ୧୮୦ଫୁଟ ତଳକୁ ଖସି ଯାଇଥିଲା। ଘଟଣାଟି ଅଗଷ୍ଟ ୬ତାରିଖର।

ଡାକ୍ତର କହିଥିଲେ ଯେ ସେ ତଳେ ଥିବା ଏକ ଗଛ ଉପରେ ଖସିବାରୁ ବଞ୍ଚି ଯାଇଥିଲା। କିନ୍ତୁ ଗୁରୁତର ଭାବେ ଆହତ ହୋଇଯାଇଥିଲା। ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଛି କିନ୍ତୁ ତା’ର ଅବସ୍ଥା ଏବେ ସ୍ଥିର ରହିଛି।

ଗୁରୁତର ଭାବେ ଆହତ ହୋଇଥିବା ଶିଶୁ ନିଜ ଜେଜେମାଆ ସହ ରହୁଥିଲା। ତା’ ବାପା-ମାଆ ଅନ୍ୟ ସହରରେ ଚାକିରୀ କରନ୍ତି। ଏକୁଟିଆ ଖେଳୁ ଖେଳୁ ଶିଶୁଟି ଝରକା ରାସ୍ତାରେ ତଳେ ଖସି ପଡ଼ିଥିଲା। ତା’ ଜେଜେମାଆ ସଉଦା କିଣିବାକୁ ବାହାରକୁ ଯାଇଥିଲେ।

ଶିଶୁର ବାପା-ମାଆଙ୍କ ପାଖକୁ ଏମରଜେନ୍ସି ସର୍ଭିସ ଯୋଗେ ଫୋନ୍ ଯାଇଥିଲା। ଶିଶୁର ବାପା କହିଥିଲେ ଯେ ତାଙ୍କ ମାଆ ଏଘଟଣାରେ ସ୍ତବ୍ଧ ହୋଇଯାଇଥିଲେ। ସେ କିଛି କରିପାରୁନଥିଲେ। କିନ୍ତୁ କେତେକ ଅଜଣା ଲୋକ ଶିଶୁଟିକୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପହଞ୍ଚାଇଥିଲେ।

ହସ୍ପିଟାଲରେ ଡାକ୍ତରମାନେ କହିଥିଲେ ଯେ ଶିଶୁଟିର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି। ଏବେ ଶିଶୁଟି ଆଇସିୟୁରେ ଅଛି। କିନ୍ତୁ ତା ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଶିଶୁର ଚିକିତ୍ସା କରୁଥିବା ଡାକ୍ତର ଚେନ୍ ଶି କହିଥିଲେ ଯେ ଏହା କୌଣସି ଚମତ୍କାରଠୁ କମ୍ ନୁହେଁ।

ଶିଶୁ ପାଇଁ ତୁରନ୍ତ ଏମରଜେନ୍ସି ପ୍ରୋଟୋକଲ୍ ପ୍ରସ୍ତୁତ କରାଯାଇଥିଲା। ଶିଶୁର ସର୍ଜରି କରିବା ପାଇଁ ୬ଜଣ ଭିନ୍ନ ଭିନ୍ନ ବିଭାଗର ସ୍ପେଶାଲିଷ୍ଟ ଡାକ୍ତର ଥିଲେ। ସର୍ଜରିର ୩ଦିନ ପରେ ଶିଶୁର ଅବସ୍ଥାରେ ସୁଧାର ଆସିଛି।

 

 

 

   Related Posts