Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ ବର୍ଷ ବୟସରେ ଅର୍ନବ ଯାହା କରୁଛନ୍ତି ଜାଣିଲେ ହେବେ ଆଶ୍ଟର୍ଯ୍ୟ

ଜଗତସିଂହପୁର ୧୪।୧୧: ବୟସ ମାତ୍ର ୪ ବର୍ଷ । ଠିକ୍ ଭାବରେ ପାଟି ଫଟିନି । ହେଲେ ଏହି କୁନି ପିଲାଟି ଗୀତାର ଶ୍ଳୋକ ଗୁଡିକୁ ଅତି ସୁନ୍ଦର ଭାବରେ ଆବୃତି କରିବା ଘଟଣା ସମସ୍ତଙ୍କୁ ବେଶ୍ ଆଚମ୍ବିତ କରିଛି । 

ଗୀତା କ’ଣ ସେ ଜାଣିନି । ସେ ପାଠ କରୁଥିବା ଶ୍ଳୋକର ଅର୍ଥ ବି ତାକୁ ଜଣାନାହିଁ । ହେଲେ ୪ ବର୍ଷର ଏହି କୁନି ପିଲାଟି ଗୀତାର ଶ୍ଳୋକକୁ ଅତି ସୁନ୍ଦର ଭାବରେ ଆବୃତି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗାଁ  ଅଭିଷେକ ମିଶ୍ର ଓ ମା’ ଲକ୍ଷ୍ମୀପ୍ରିୟାଙ୍କ  ୪ ବର୍ଷର ପୁଅ ଅର୍ନବ । ପାଟି ଠିକ୍ ଭାବରେ ଫିଟିନାହିଁ । କିଛି ଦିନ ହେଲା ସ୍କୁଲ ଯିବା ଆରମ୍ଭ କରିଛି ।

ଘରେ ନିଜର ଜେଜେମା  ପ୍ରତି ଦିନ ପାର୍ଥନା କରିବା ସମୟରେ ଗୀତା ଓ ଅନ୍ୟାନ୍ୟ  ଶ୍ଳୋକ ପାଠ କରଥାନ୍ତି ।  ସେହି  ସମୟରେ ନାତି ଅର୍ନବ ସେଠାରେ ବସି ସେସବୁ ଶୁଣିଥାଏ । ବାରମ୍ବାର ଶୁଣିବା ପରେ ଗତ କିଛି ଦିନ ତଳେ ଅର୍ନବ ହଠାତ୍ ମନକୁ ମନ ଗୀତା ଆବୃତି କରିବାରେ ଲାଗିଲା ।

ଏହା ଦେଖି ପରିବାର ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଆହୁରି ଅଧିକ ଶ୍ଳୋକ ବାବଦରେ ପଚାରିବାରୁ ସେ ସେସବୁକୁ ମଧ୍ୟ ଆବୃତି କରିବାରେ ଲାଗିଲା । ଏହା ଦେଖି ଜେଜେମା ମଧ୍ୟ ଅଧିକ ଉତ୍ସାହିତ ହୋଇ ପଡିବା ସହ ନାତି ଅର୍ନବକୁ ଏବେ ଅହୁରି ଅଧିକ ଶ୍ଳୋକ ମଧ୍ୟ ଶିଖାଉଛନ୍ତି ।

ଅର୍ନବ ଶୈଶବ ଅବସ୍ଥାରୁ ଏପରି ପ୍ରତିଭା ଦେଖାଇବା ପରେ ଗାଁଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କର ବେଶ୍ ଆଦରଣୀୟ ପାଲଟିଛନ୍ତି । ସ୍ଥାନୀୟ ଅଂଚଳଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ କୌଣସି ଉତ୍ସବ ହେଲେ ସେଠାରେ ଅର୍ନବଙ୍କୁ ଖୋଜା ପଡୁଛି ଗୀତା ଆବୃତି କରିବା ପାଇଁ । ଅର୍ନବ ପାଠ ପଢୁଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ତାଙ୍କର ଏହି ପ୍ରତିଭାକୁ ଦେଖି ବେଶ୍ ଆନନ୍ଦିତ ହୋଇଥିବା କହିଛନ୍ତି । 

ମାତ୍ର ୪ ବର୍ଷ ବୟସରୁ ଗୀତା ଆବୃତି କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଅର୍ନବ ପାଇଁ ପ୍ରଶିକ୍ଷଣ ଜାରି ରହିଲେ ଆଗାମୀ ଦିନରେ ସେ ନିଶ୍ଚୟ ଅଧିକ ଶିକ୍ଷା ହାସଲ କରିପାରିବେ ।

471 Views

   ସମ୍ବନ୍ଧିତ ଖବର