Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶସ୍ତା ସାବୁନ୍ ଲଗାଇବା ହେଲା କାଳ, ଗାଧୋଇବା ବେଳେ ପୋଡି ହୋଇଗଲା ୪ ବର୍ଷର ଶିଶୁ

18/09/2021 at 1:21 PM

ଲିବରପୁଲ ୧୮/୦୯: ପିଲାମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ । ଏପରି ପରିସ୍ଥିତିରେ ଅଭିଭାବକମାନେ ନିଜ ପିଲାମାନଙ୍କ ପାଇଁ ସର୍ବଦା ଭଲ ଜିନିଷ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଥର ପିତାମାତା ଲୋଭର ବଶବର୍ତ୍ତୀ ହୋଇ ଠକାମୀର ଶିକାର ହୋଇଥାନ୍ତି । ଏପରି ପରିସ୍ଥିତିରେ, ସେମାନେ ବୁଝନ୍ତି ନାହିଁ ଯେ ଏହି କାରଣରୁ ଅଧିକ କ୍ଷତି ହୋଇପାରେ ।

ଇଂଲଣ୍ଡର ଲିଭରପୁଲରେ ରହୁଥିବା ଜଣେ ମହିଳା ନିଜ ପିଲାଙ୍କୁ ଗାଧୋଇବା ପାଇଁ ବଜାରରୁ ବହୁତ ଶସ୍ତା ମୂଲ୍ୟର ସାବୁନ ଆଣିବା ଏବେ ମହଙ୍ଗା ପଡିଛି । କାରଣ ସାବୁନ୍ ଲଗାଇ ପରେ ପିଲାଟି ବହୁତ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଅର୍ଥା ସାବୁନ ଲଗାଇ ଗାଧୋଇବା ପରେ ଦେହ ସବୁ ଜଳିପୋଡି ଫୋଟକା ହୋଇଯାଇଛି । ଫଳରେ ଶିଶୁଟି ଗୁରୁତର ହେବାରୁ ତାକୁ ଡାକ୍ତରଖାନାର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି ।

ଏଭଳି ଘଟଣା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ୪ ବର୍ଷିୟ ଓସ୍କାର ବେଡାର୍ଡଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଓସ୍କାରର ଶରୀର ସମ୍ପୂର୍ଣ୍ଣ ଜଳି ଯାଇଛି । ଶିଶୁର ଏପରି ଅବସ୍ଥାରେ ଯନ୍ତ୍ରଣା ହେବାର କାରଣ ହେଉଛି ବଜାରରୁ କିଣାଯାଇଥିବା ଶସ୍ତା ସାବୁନ୍ । ଗଣମାଧ୍ୟମକୁ ଏହି ବିଷୟରେ ସୂଚନା ଦେଇ ଓସ୍କାରର ପିତା ଜୋନାଥନ, କହିଛନ୍ତି ଯେ ସାବୁନରେ ନିର୍ମିତ ଫୋମରେ ନିଆଁ ଲାଗି ଏହି ଦୁର୍ଘଟଣା ଘଟିଛି ।

ଓସ୍କାରଙ୍କ ବାପା କହିଥିଲେ ଯେ ସେ ପୁଅକୁ ବାଥରୁମରେ ଗାଧୋଇଦେଉଥିଲେ । ସେହି ବାଥରୁମରେ କିଛି ମହମବତୀ ଜଳୁଥିଲା । ତେବେ ପିଲାଟି ଦେହରେ ସାବୁନର ଫେଣ ଥିବାରୁ ମହମବତୀ ନିଆଁରେ ଟାଣି ହୋଇଆସିଥିଲା । ହଠାତ୍ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଖୁବ୍ ଶୀଘ୍ର ତାଙ୍କର ଚାରି ବର୍ଷର ପୁଅ ଅଗ୍ନି ବଲରେ ପରିଣତ ହୋଇଯାଇଥିଲା । ଓସ୍କାର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଜଳି ଯାଇଛି ।

   Related Posts