ରାଜଧାନୀରେ ପୁଣି ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍ : ୪ ବର୍ଷର ଶିଶୁ କୋଭିଡ୍ ଆକ୍ରାନ୍ତ, ବାପା-ମାଆଙ୍କର ମଧ୍ୟ ଟେଷ୍ଟ୍ ହେବ ନମୂନା
26/12/2020 at 9:09 AM

ଭୁବନେଶ୍ୱର,୨୬/୧୨: ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ ବ୍ରିଟେନ ଫେରନ୍ତାଙ୍କ ଶରୀରରେ ଚିହ୍ନଟ ହୋଇଛି ମାରାତ୍ମକ କରୋନା ଭାଇରସ। ବ୍ରହ୍ମେଶ୍ୱରପାଟଣାର ୪ ବର୍ଷର ଝିଅ ପଜିଟିଭ୍ ଚିହ୍ନଟ ପରେ ରାଜଧାନୀକୁ ପୁଣି ଆତଙ୍କ ଖେଳିଯାଇଛି । ଝିଅଟି ବାପା, ମା’ଙ୍କ ସହ ଗତ ୨୦ ତାରିଖ ଦିନ ଫେରିଥିବା ବେଳେ କେବଳ ଝିଅ ଦେହରେ ଭୂତାଣୁ ଚିହ୍ନଟ ହୋଇଛି । ବାପା ଓ ମାଆଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ଘରୋଇ କ୍ଲିନିକ୍ରେ ପରୀକ୍ଷା ହୋଇଥିବା ବେଳେ ଶନିବାର ପୁଣି ବାପା, ମାଆଙ୍କ ଆଉ ଥରେ ନମୁନା ପରୀକ୍ଷା କରିବାକୁ ବିଏମସି ନିଷ୍ପତ୍ତି ନେଇଛି ।
ଆଡିସନାଲ କମିଶନର ଶୁଭେନ୍ଦୁ ସାହୁଙ୍କ ସୂଚନାନୁସାରେ, ବ୍ରିଟେନରୁ ଫେରିଥିବା ୪ ବର୍ଷର ଝିଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସରକାରୀ ଗାଇଡ୍ ଲାଇନ ଅନୁସାରେ ଏବେ ସମସ୍ତେ ଇନଷ୍ଟଟ୍ୟୁସନାଲ ଆଇସୋଲେସନରେ ରହିଛନ୍ତି । ତେବେ ଶନିବାର ଥରେ ବାପା ଓ ମାଙ୍କ ରିପୋର୍ଟ କଲେକ୍ସନ କରାଯାଇ ଟେଷ୍ଟ ପାଇଁ ପଠାଯିବ ।
ସରକାର ଶୁକ୍ରବାର ଚିହ୍ନଟ କରିଥିବା ୬୧ ବ୍ରିଟେନ୍ ଫେରନ୍ତାଙ୍କ ଜେନମ ସିକ୍ୟୁଏନ୍ସିଂ କରାଇବେ। ବ୍ରିଟେନ୍ରେ ସେପ୍ଟେମ୍ବର ମାସରୁ କରୋନାର ନୂଆ ଭୂତାଣୁର ସାର୍ସ କୋଭ୍-୨ର ମ୍ୟୁଟେସନ୍ ହେଲାଣି । ଏହା ମଧ୍ୟରେ ବ୍ରିଟେନରୁ ଭାରତକୁ ଯେ କେତେ ବ୍ୟକ୍ତି ଆସିଲେଣି ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ ।