ତାନ୍ତ୍ରିକ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜୁ: ତନ୍ତ୍ର ବିଦ୍ୟାରେ ଲୋକଙ୍କ ସମସ୍ୟା ଦୂର କରି ନିଜ ଜାଲରେ ଫସାଉଛି

Published By : Prameya-News7 Bureau | October 28, 2020 IST

ବୁନ୍ଦି ୨୮/୧୦ : ଦେଶର ଅନେକ ସ୍ଥାନରେ ମହିଳାଙ୍କ ପ୍ରତି ଶୋଷଣ ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସୁଛି। ଅନେକ ସ୍ଥାନରେ ମହିଳା ଭଣ୍ଡ ବାବାଙ୍କ ଯୌନ ଶୋଷଣର ଶିକାର ମଧ୍ୟ ହେଉଛନ୍ତି। ଏହିଭଳି ମାମଲାରେ ଅନେକ ବାବା ଗିରଫ ମଧ୍ୟ ହୋଇଛନ୍ତି। ତଥାପି ମହିଳାମାନେ ଏହିଭଳି ଭଣ୍ଡ ବାବାଙ୍କ ଜାଲରେ ଫସି ଯାଉଛନ୍ତି। ରାଜସ୍ଥାନ ବୁନ୍ଦିରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ବୁନ୍ଦିରେ ୪ଜଣ ମହିଳା ଜଣେ ତାନ୍ତ୍ରିକ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ମହିଳାମାନେ ଅଭିଯୋଗ କରିଛନ୍ତି ଯେ ତାନ୍ତ୍ରିକ କଥିତ ଭାବେ ସେମାନଙ୍କର ଯୌନ ଶୋଷଣ କରୁଥିଲା। ମହିଳାମାନେ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାନ୍ତ୍ରିକ ତନ୍ତ୍ର ବିଦ୍ୟା ବଳରେ ଲୋକଙ୍କ ସମସ୍ୟା ଦୂର କରୁଥିଲା। ସେଥିପାଇଁ ଲୋକେ ତା ଉପରେ ବିଶ୍ୱାସ କରୁଥିଲେ ଓ ସହଜରେ ତା ଜାଲରେ ଫସି ଯାଉଥିଲେ। ଫଳରେ ନିଜ ସମସ୍ୟା ଦୂର କରିବା ପାଇଁ ଅଧିକ ସଂଖ୍ୟାରେ ଲୋକେ ମଧ୍ୟ ତାନ୍ତ୍ରିକ ପାଖକୁ ଯାଉଥିଲେ। ମହିଳାମାନଙ୍କୁ ଅତି ସହଜରେ ତାନ୍ତ୍ରିକ ନିଜ ଜାଲରେ ଫସାଇ ଦେଉଥିଲା। 

{"id":352359,"sizeSlug":"large"}

ତାନ୍ତ୍ରିକ ମହିଳାଙ୍କୁ ନିଜ ଜାଲରେ ଫସାଇବା ପରେ ତାଙ୍କ ସହ ଅସଦାଚରଣ କରୁଥିଲା, ସେମାନଙ୍କର ଯୌନ ଶୋଷଣ କରୁଥିଲା। ତାନ୍ତ୍ରିକ ଲୋକଙ୍କୁ ଦାନ ମଧ୍ୟ ମାଗୁଥିଲା ବୋଲି ଅଭିଯୋଗରେ କୁହାଯାଇଛି। ପୋଲିସ ତାନ୍ତ୍ରିକ ବିରୋଧରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁବ ଶୀଘ୍ର ତାନ୍ତ୍ରିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.