ନନ୍ଦନକାନନରେ ପଶିଲେ ୪ ଜଙ୍ଗଲୀ ହାତୀ : ପାଚେରୀ ଭାଙ୍ଗି ବୁଲୁଛନ୍ତି ବାଘ ସଫାରୀରେ

Published By : Prameya-News7 Bureau | December 17, 2018 IST

wp:core-embed/youtube {"url":"https://www.youtube.com/watch?v=6L2vaxIb4H4","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=6L2vaxIb4H4
/wp:core-embed/youtube

ବାରଂଗ ୧୭/୧୨ : ଗତକାଲି ରାତିରେ ୪ଟି ବଣୁଆ ହାତୀ ନନ୍ଦନକାନନ ବାଘ ସଫାରୀ ନିକଟସ୍ଥ ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରିଛନ୍ତି । ରାତିସାରା ନନ୍ଦନକାନନ ପରିସର ଭିତରେ ରହି କେତେକେ ପାଚେରାୀ ଭଙ୍ଗାରୁଜା କରିବା ସହ ଏବେ ସଫାରୀ ନିକଟରେ ଏକ ଘଂଚ ଜଙ୍ଗଲ ମଧ୍ୟରେ ରହିଛନ୍ତି । ଆଜି ସୋମବାର ଥିବାରୁ ନନ୍ଦନକାନନ ବନ୍ଦ ରହିଛି | ଫଳରେ ପର୍ଯ୍ୟଟକମାନେ ନନ୍ଦନକାନନ ଆସିନାହାନ୍ତି । କିଛି କର୍ମଚାରୀ ହାତୀଙ୍କୁ ଜଗିରହିଛନ୍ତି । ଆଜି ରାତିରେ ହାତୀମାନେ ଆପେଆପେ ଅନ୍ୟ ସ୍ଥାନକୁ ଚାଲିଯିବା ନେଇ ଆଶା କରାଯାଉଛି। ଯଦି ନ ଯାଆନ୍ତି ତେବେ ତାଙ୍କୁ ତଡିବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ କରିବେ। 

{"id":64606}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.