୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆକ୍ସନ ମୋଡ୍‌ରେ ସରପଞ୍ଚ: ୪ ଓ୍ବାର୍ଡକୁ ୪୮ ଘଣ୍ଟା ପାଇଁ ଘୋଷଣା କଲେ ସଟ୍‌ଡାଉନ୍

Published By : Prameya-News7 Bureau | May 30, 2020 IST

ମାର୍ଶାଘାଇ୩୦/୫: କରୋନା ଯୋଗୁଁ ସରକାର ଲକଡାଉନ୍ ଘୋଷଣା କରିଥିଲେ। ଏହାସହ ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମଧ୍ୟ ଦିଆଯାଇଛି। ସରପଞ୍ଚମାନେ ନିଜ ଦକ୍ଷତାକୁ ଠିକ୍‌ ବାଟରେ ବିନିଯୋଗ କରୁଥିବାର ନଜୀର ମଧ୍ୟ ସାମ୍ନାକୁ ଆସୁଛି। ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ସରପଞ୍ଚମାନେ ନିଜ ପଞ୍ଚାୟତକୁ ସଟଡାଉନ ଘୋଷଣା କରୁଥିବାର ନଜୀର ମଧ୍ୟ ରହିଛି।

ସେହିପରି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବଜାର ଓ ମାର୍ଶାଘାଇ ପଞ୍ଚାୟତର ୧୦,୧୧,୧୨,୧୩ ଏବଂ ୧୪ ନମ୍ବର ଓ୍ବାଡକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ କରିଛନ୍ତି ମାର୍ଶାଘାଇ ପଞ୍ଚାତୟର ସରପଞ୍ଚ। ମାର୍ଶାଘାଇ ପଞ୍ଚାୟତରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ୪ଟି ଓ୍ବାର୍ଡକୁ ସଟଡାଉନ୍ ଘୋଷଣା କରିଛନ୍ତି। ଶନିବାର ଦିନ ୧ଟାଠାରୁ ଆସ ମେ’ ୬ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା  ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.