Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୪ ହଜାର ପଡା ହେବ ଗାଁ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ଵ ସଚିବ

28/07/2021 at 5:25 PM

ଭୁବନେଶ୍ଵର ୨୮।୦୭: ରାଜ୍ୟର ପ୍ରାୟ ୪ ହଜାର ପଡାକୁ ମିଳିବ ଗାଁର ମାନ୍ୟତା। ପ୍ରାୟ ୪  ହଜାର ନୂଆ ରାଜସ୍ଵ ଗ୍ରାମ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ବୁଧବାର ସବୁ ଜିଲ୍ଲାପାଳମାନଙ୍କୁ ରାଜସ୍ଵ ସଚିବ ଚିଠି ଲେଖିଛନ୍ତି। ପଡାରୁ ଗାଁ ହେବା ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଧାର୍ଯ୍ୟ କରିଛନ୍ତି।

ଗାଇଡ୍‌ଲାଇନ୍‌ ଅନୁଯାୟୀ, ମୂଳ ରାଜସ୍ଵ ଗ୍ରାମଠୁ ଅଧ କିମି ଦୂରରେ ଥିବା ପଡା ମଧ୍ୟ ଗାଁ ହେବ।  ଅଧ କିମି ଦୂରରେ ଥିବ ଏବଂ ଅତିକମରେ ୨୫୦ ଲୋକ ବାସ କରୁଥିବ ସେହି ପଡାକୁ ଗାଁର ମାନ୍ୟତା ମିଳିବ। ଏଥିସହ ଯଦି` ରାଜସ୍ଵ ଗ୍ରାମଠୁ ପଡାର ଦୂରତା ଅଧ କିମିରୁ କମ ଥିବ କିନ୍ତୁ ୩୦୦ ଲୋକ  ବସବାସ କରୁଥିବେ ତେବେ ଉକ୍ତ ପଡାକୁ ଗାଁର ମାନ୍ୟତା ମିଳିବ। ସେହି ପରି ୨୫୦ରୁ କମ ଲୋକ ଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିବ, ତେବେ ସେହି ପଡାକୁ ଗାଁର ମାନ୍ୟତା ମିଳିବ।

   Related Posts