ବାଲେଶ୍ଵର ବସ୍ତା ପୋଲିସର ବଡ଼ ସଫଳତା: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ଗିରଫ

Published By : Prameya-News7 Bureau | July 05, 2020 IST

ଜଳେଶ୍ବର୫/୭: ୪ ଆନ୍ତଃରାଜ୍ୟ ଡକାୟତ ଗିରଫ। ବାଲେଶ୍ଵର ଜିଲ୍ଲା ବସ୍ତା ପୋଲିସକୁ ମିଳିଛି ବଡ଼ ସଫଳତା ବସ୍ତାରୁ ଗତ ୨୬ ତାରିଖରେ ଡକାୟତି ହୋଇଥିବା ଏକ ଜାଇଲୋ କାର ଝାଡ଼ଖଣ୍ଡ ରାଜ୍ୟରୁ  ଜବତ କରିଛି ପୋଲିସ୍। ଏଥିସହ ଚୋରି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ  କରିଛି ପୋଲିସ୍।

ମିଳିଥିବା ସୂଚନା ଅନୁସାରେ ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ନିକଟରୁ ଏକ ଜାଇଲୋ କାର (WB68U4848) ଚୋରି ପରେ ବସ୍ତା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଚୋରିର ୭ ଦିନ ମଧ୍ୟରେ ବସ୍ତା ପୋଲିସ ଓଡିଶା, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଅପହୃତ କାର ସହିତ ଆନ୍ତଃରାଜ୍ୟ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ସୂଚନା ଅନୁସାରେ ଗାଡ଼ି ମାଲିକ ସୁଜିତ ସେନଙ୍କ ଅଭିଯୋଗ କ୍ରମେ  ଆଇଆଇସି ମାନସ କୁମାର ଦେଓଙ୍କ ନେତୃତ୍ବରେ ଦୁଇଜଣ  ଏସଆଇ  ଏବଂ ଚାରିଜଣ କନେଷ୍ଟବଳ ସହ ଏକ ଟିମ୍‌ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ , ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢାଉ କରି ଝାଡ଼ଖଣ୍ଡ ଅଞ୍ଚଳରୁ ଗାଡ଼ି ସହ ଚାରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବସ୍ତା ପୋଲିସ ।

ଗିରଫ ମାନେ ହେଲେ ବାଲେଶ୍ଵର ସଦରଥାନା ଅଞ୍ଚଳର ମନୋଜ କୁମାର ନାଏକ (୨୦), ବାରିପଦା ଟାଉନଥାନା ଅଞ୍ଚଳର ସେକ ସଲିମ (୨୦), ସେକ ସାହିଲ (୧୯) ଏବଂ ଝାଡ଼ଖଣ୍ଡର ଘମରିଆ ଥାନା ଅଞ୍ଚଳର ଏମଡି  ଇମତାଜ ଆଲାମ (୨୮ )। ଅନ୍ୟ ଦୁଇ ଜଣ ଫେରାର ରହିଥିବା ଜଣାପଡିଛି। ଗିରଫ ପରେ ଆସାମୀ ମାନଙ୍କୁ ମେଡିକାଲ ଟେଷ୍ଟ କରାଯାଇ କୋର୍ଟ ପଠାଯାଇଛି। ତେବେ ଚୋରମାନଙ୍କ ଠାରୁ ଆହୁରି ଅନେକ ତଥ୍ୟ ମିଳିଥିବାରୁ ପୋଲିସ ପୁଣି ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.