ଦିଲ୍ଲୀରେ ପଶିଲେ ୪ ଆତଙ୍କବାଦୀ : ବସ ଷ୍ଟାଣ୍ଡରୁ ନେଇ ରେଲଓ୍ଵେ ଷ୍ଟେସନ, ଗାଡିର ବନେଟ୍ ପର୍ଯ୍ୟନ୍ତ ଯାଞ୍ଚ ଜୋରଦାର

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୦୬: ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ହମଲାର ଆଶଙ୍କା ରହିଛି। ଦିଲ୍ଲୀ ପୋଲିସର ସୂତ୍ର ଅନୁଯାୟୀ ଜୈସ ଇ ମହମ୍ମଦ ଏବଂ ଲସ୍କର ଏ ତୋଇବାର ୪ ଆତଙ୍କବାଦୀ ଦିଲ୍ଲୀକୁ ପଶି ଆସିଛନ୍ତି। ଏହା ପରେ ଦିଲ୍ଲୀ ପୋଲିସ୍ ଆଲର୍ଟରେ ରଖାଯାଇଛି। ଜାଗା ଜାଗାରେ ଟିକିନିକି ଯାଞ୍ଚ କରାଯାଉଛି। ରିପୋର୍ଟ ଅନୁଯାୟୀ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ର ଶସ୍ତ୍ର ମଧ୍ୟ ରହିଛି।

ଦିଲ୍ଲୀ ପୋଲିସ୍ ବର୍ଡର ଇଲାକାରେ ତଲାସି ଅଭିଯାନ ଜୋରଦାର ଚଳାଇଛି। ସମସ୍ତ ଗେଷ୍ଟ ହାଉସ୍, ହୋଟେଲ୍, କାଶ୍ମୀର ନମ୍ବର  ବିଶିଷ୍ଟ ଗାଡିର ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। କୁହାଯାଉଛି ଯେ, ବର୍ଡର ଅଞ୍ଚଳରେ ଗାଡିଗୁଡିକର ବୋନେଟ୍ ଖୋଲି ମଧ୍ୟ ଯାଞ୍ଚ କରାଯାଉଛି। ଦିଲ୍ଲୀର ସମସ୍ତ ଜିଲ୍ଲାର ଡିସିପି, ସ୍ପେଶାଲ ସେଲ୍‌, କ୍ରାଇମ ବ୍ରାଞ୍ଚର ସ୍ପେଶାଲ ବ୍ରାଞ୍ଚ ଓ ଅନ୍ୟ ୟୁନିଟ୍‌କୁ ମଧ୍ୟ ଆଲର୍ଟ କରାଯାଇଛି।

ଦିଲ୍ଲୀ ପୋଲିସ ଦିଲ୍ଲୀର ଘର ମାଲିକଙ୍କୁ ଅପିଲ୍ କରିଛନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ଘର ଭଡାରେ ଦେବା ପୂର୍ବରୁ ସଂପୂର୍ଣ୍ଣ ସୂଚନା ମାଗନ୍ତୁ। ବସ୍‌ ଷ୍ଟାଣ୍ଡ ଓ ରେଲଓ୍ଵେ ଷ୍ଟେସନ୍‌ରେ ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୋଲିସର ସୂତ୍ର ଅନୁଯାୟୀ ଏହି ସବୁ ଆତଙ୍କବାଦୀ ଆତଙ୍କୀ ଘଟଣା ଘଟାଇବା ଲାଗି  ଦିଲ୍ଲୀ-ଏନସିଆରରେ ପଶିଛନ୍ତି। ସୂତ୍ର ଅନୁଯାୟୀ ଆତଙ୍କବାଦୀ ଟ୍ରକ ଜରିଆରେ ଦିଲ୍ଲୀରେ ପଶି ଥାଇ ପାରନ୍ତି। ଏହା ସହିତ କାର, ଟ୍ୟାକ୍ସି କିମ୍ବା ବସ୍‌ ଜରିଆରେ ଜାମ୍ମୁ-କାଶ୍ମୀରରୁ ଦିଲ୍ଲୀରେ ପଶିିଥିବା ଆଶଙ୍କା କରାଯାଉଛି। ଦିଲ୍ଲୀର ବାହାରି ଉତ୍ତର ଜିଲ୍ଲା ଅଞ୍ଚଳରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି।

ଏହି ମାସରେ ଗିରଫ ହୋଇଥିଲେ ଆତଙ୍କବାଦୀ

ଜୁନ ୧୧ରେ ଟେରର ଷ୍ଟ୍ରାଇକ୍‌ ପୂର୍ବରୁ ସ୍ପେଶାଲ ସେଲ୍‌ର କଥିତ ଭବେ ତିନି ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଧରା ପଡିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଖ୍ଵାଜା ମୋଇଉଦ୍ଦୀନ(୫୨), ସଇଦ ଅଲୀ ନଓ୍ଵାଜ(୩୨) ଓ ଅବଦୁଲ ସମଦ ଓରଫ ନୁର(୨୮) ସାମିଲ। ତିନି ଆତଙ୍କବାଦୀ ତାମିଲନାଡୁର ବାସିନ୍ଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.