ପଞ୍ଜାବ ସୀମାରୁ ଗିରଫ ହେଲେ ୪ ଆତଙ୍କବାଦୀ, ଜବତ ହେଲା ପାକିସ୍ତାନରୁ ଆସୁଥିବା ବହୁ ମାରଣା ଅସ୍ତ୍ରଶସ୍ତ୍ର…

Published By : Prameya-News7 Bureau | September 23, 2019 IST

ପଞ୍ଜାବ୨୩|୯: ପାକିସ୍ତାନ ଓ ଜର୍ମାନୀ ବେସ ଗ୍ରୁପ ସମର୍ଥନରେ ଚାଲିଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସକୁ ପୁଣି ଥରେ ସକ୍ରିୟ କରିବା ଲାଗି ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କ ପର୍ଦ୍ଦାଫାଶ ହୋଇଛି। ୪ ଜଣ ଆତଙ୍କବାଦୀ ଗିରଫ ହେବା ସହ ୫ଟି ଏକେ-୪୭, ପିସ୍ତଲ, ସ୍ୟାଟଲାଇଟ୍ ଫୋନ ଓ ହ୍ୟାଣ୍ଡ ଗ୍ରେନେଡକୁ ପଞ୍ଜାବ ପୋଲିସ ଜବତ କରିଛି। ପଞ୍ଜାବସ୍ଥିତ ତହଲସାହିବ ଗାଁରୁ ଚାରି ଜଣ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଥିଲା। ଏମାନେ ଯୋଜନାବଦ୍ଧ ଭାବେ ଧଳା ମାରୁତି ସ୍ବିପ୍ଟ କାରରେ ଯାଉଥିଲେ।

ପ୍ରାଥମିକ ସୂଚନା ଅନୁସାରେ ପାକିସ୍ତାନ ସମର୍ଥିତ କିଛି ଆତଙ୍କବାଦୀଙ୍କୁ ସକ୍ରିୟ କରିବା ଲାଗି ପାକିସ୍ତାନ ଡ୍ରୋନ ମାଧ୍ୟରେ ମାରଣା ଅସ୍ତ୍ରଶସ୍ତ୍ର ଭାରତକୁ ପଠାଉଥିଲା।  ସେହି ସ୍ଥାନରେ ବିଏସଏଫ ଓ ବାୟୁସେନା ମୁତୟନ କରାଯାଉ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି।

ଡିଜିପି ଦିନକର ଗୁପ୍ତାଙ୍କ ସୂଚନା ଅନୁସାରେ, କାଉଣ୍ଟର ଇଣ୍ଟେଲିଜେନ୍ସର ଏଆଇଜି କେତନ ବଳରାମ ପାଟିଲଙ୍କ ଅପହରଣ ମାମଲାରେ ଏହି ଚାରିଜଣଙ୍କ ସଂପୃକ୍ତ ଥିଲେ। ଏହି ଚାରିଜଣଙ୍କ ନାଁରେ ପୂର୍ବରୁ ବହୁତ ସଂଗୀନ ମାମଲା ରହିଥିବା ନେଇ ଡିଜିପି କହିଛନ୍ତି। ସେହି ଚାରିଜଣ ଅଭିଯୁକ୍ତ ହେଲେ ବଲବନ୍ତ ସିଂହ, ଆକାଶଦୀପ ସିଂହ, ହରଭଜନ ସିଂହ ଓ ବଲବୀର ସିଂହ।

ଏମାନଙ୍କ ମଧ୍ୟରେ ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ମୁଖ୍ୟ ରଣଜିତ ସିଂହ ଓ ତାଙ୍କ ଜର୍ମାନୀ ସହଯୋଗୀ ଗୁରନୀତ ସିଂହ ଜେଲରେ ରହିଛନ୍ତି। ଜେଲରୁ ବାହାରିବା ଲାଗି ସେମାନେ ବାରମ୍ବାର ଚେଷ୍ଟା କରୁଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ଲିପର ସେଲରେ ରଖାଯାଇଛି।

ଗିରଫ ହେବା ସମୟରେ ଏକେ-୪୭, ୧୬ଟି ମ୍ୟାଗଜିନ, ୪୪୭ଟି ବୁଲେଟ କଏନ, ୩୦ଟି ପିସ୍ତଲ ଓ ହ୍ୟାଣ୍ଡ ଗ୍ରେନେଡ , ୫ଟି ସ୍ୟାଟଲାଇଟ ଫୋନ, ଦୁଇଟି ମୋବାଇଲ ଫୋନ, ଦୁଇଟି ଓ୍ବାରଲେସ ଓ ନଗଦ ୧୦ ଲକ୍ଷ ଟଙ୍କା ସେମାନଙ୍କ ପାଖରୁ ପଞ୍ଜାବ ପୋଲିସ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.