Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଜମ୍ମୁ-କାଶ୍ମୀର: ସେନା ଗୁଳିରେ ୪ ଆତଙ୍କବାଦୀ ସଫା

23/04/2020 at 5:24 PM

ଶ୍ରୀନଗର, ୨୩|୦୪: ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସର ମୁକାବିଲା କରୁଛି । କିନ୍ତୁ ଅନ୍ୟପଟେ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପରୁ ପଛକୁ ହଟୁନାହାଁନ୍ତି । ବୁଧବାର ଜମ୍ମୁ-କାଶ୍ମୀରର ସୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪ ଆତଙ୍କୀ ପ୍ରାଣ ହରାଇଛନ୍ତି ।

ପୋଲିସ ଏକ ବୟାନ ଜାରି କରି କହିଛି ଯେ, ସୋପିଆନର ମେଲହୁରାରେ ଚାଲିଥିବା ଅପରେସନରେ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । କିନ୍ତୁ ଏମାନଙ୍କ ପରିଚୟ ପ୍ରଘଟ କରାଯାଉ ନାହିଁ । ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଆତଙ୍କବାଦୀଙ୍କ ପରିଚୟ ଉଜାଗର କରାଯାଇ ନାହିଁ । ୪ଜଣଙ୍କ ମୃତଦେହକୁ ଆଇନଅନୁସାରେ ଶ୍ରୀନଗର ପୋଲିସ କଣ୍ଟ୍ରୋଲ ରୁମରେ ରଖାଯିବା ପରେ ପୋତି ଦିଆଯାଇଛି ।

ଆଇଜି ବିଜୟ କୁମାର କହିଛନ୍ତି ଯେ, ଏହି ଆତଙ୍କବାଦୀଙ୍କ ଡିଏନଏ ନମୂନା ନିଆଯାଇଛି । ଜଣେ ଆତଙ୍କବାଦୀର ପରିବାର ଲୋକ ସାମ୍ନାକୁ ଆସିଛନ୍ତି । ଯଦି ପରିବାରର କେହି ଶବ ଚିହ୍ନଟ କରନ୍ତ ତେବେ ୨,୩ ଜଣଙ୍କୁ ଅନ୍ତିମ କ୍ରିୟାରେ ସାମିଲ ହେବା ପାଇଁ ଅନୁମତି ମିଳିବ ।

ସୂଚନାଯୋଗ୍ୟ, ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥମେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାପରେ ଯବାନମାନେ ପାଲଟା ଜବାବ ଦେଇଥିଲେ । ପ୍ରଥମେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଏହାପରେ ଅନ୍ୟ ୨ ପ୍ରାଣ ହରାଇଥିଲେ ।

   Related Posts