ଜମ୍ମୁ-କାଶ୍ମୀର: ସେନାକୁ ବଡ ସଫଳତା, ୪ ଆତଙ୍କବାଦୀ ସଫା

Published By : Prameya-News7 Bureau | April 26, 2020 IST

ଶ୍ରୀନଗର, ୨୬|୦୪: ଜମ୍ମୁ-କାଶ୍ମୀର କୁଲଗାମର ଗୁଦ୍ଦର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୪ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି ।  

ସୂଚନାନୁସାରେ, ରବିବାର ସୁରକ୍ଷାକର୍ମୀଙ୍କୁ ଗୁଦ୍ଦର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୪ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏବେ ମଧ୍ୟ ଏହି ସ୍ଥାନରେ ଗୁଳି ବିନିମୟ ଜାରି ରହିଛି ।

ଘଟଣାସ୍ଥଳରୁ ଅନେକ ବନ୍ଧୁକ ସହ ଗୁଳିଗୋଳା ଜବତ କରାଯାଇଛି । ତେବେ ଜଣେ ଯବାନ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତାଙ୍କ ଗୋଡରେ ଗୁଳି ଲାଗିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.