Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜାମ୍ମୁ ଅନନ୍ତନାଗରେ ଏନକାଉଣ୍ଟର: ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

24/02/2021 at 5:44 PM

ଶ୍ରୀନଗର ୨୪/୦୨ : ଜାମ୍ମୁ କାଶ୍ମୀରରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏନକାଉଣ୍ଟରରେ ଏବେ ସୁଦ୍ଧା ୪ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ଜୋନ ପୋଲିସ ଶାଲଗୁଲ ବନଞ୍ଚାଳରେ ଜାରି ରହିଥିବା ଏହି ଏନ୍କାଉଣ୍ଟର ସମ୍ପର୍କରେ ସୂଚନା ଦେଇଛି। ସିଆରପିଏଫ ସୂତ୍ର ଅନୁଯାୟୀ, ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସ୍ଥଳରେ ଆହୁରି ଆତଙ୍କବାଦୀ ଥାଇପାରନ୍ତି।

ଜଣେ ପୋଲିସ ପ୍ରବକ୍ତା କହିଛନ୍ତି, ଅନନ୍ତନାଗ ସେରିଗୁଫବାଡାରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଓ ଜାମ୍ମୁ କାଶ୍ମୀର ପୋଲିସର ଏସଓଜି ଯବାନ ସଂଯୁକ୍ତ ଘେରାବନ୍ଦୀ ଏବଂ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।

ସୁରକ୍ଷାବଳ ଏକ ବିଶେଷ କ୍ଷେତ୍ର ଆଡକୁ ଯିବାବେଳେ ଲୁଚି ରହିଥିବା ଆତଙ୍କବାଦୀ ଗୁଳି ବର୍ଷଣ କରିଥିଲେ। ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଆଖପାଖ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାବଳ ନିୟୋଜିତ କରାଯାଇଛି।

ଏହା ପୂର୍ବରୁ ଫେବୃଆରୀ ୧୯ ତାରିଖରେ ଶ୍ରୀନଗର ବାରଜୁଲ୍ଲାରେ ଆତଙ୍କବାଦୀ ହମଲାରେ ଦୁଇ ପୋଲିସକର୍ମୀ ଶହୀଦ ହୋଇଥିଲେ। ସେହି ଦିନ ଏକ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

   Related Posts