Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଅପରେସନ୍ ଅଲଆଉଟ୍: ବିଏସଏଫ ଯବାନଙ୍କ ହତ୍ୟାର ପ୍ରତିଶୋଧ ନେଲା ସେନା, ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

21/06/2020 at 3:33 PM

ଶ୍ରୀନଗର, ୨୧|୦୬: ଦକ୍ଷିଣ କାଶ୍ମୀରରେ ରବିବାର ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସର୍ବପ୍ରଥମେ ସୁରକ୍ଷାକର୍ମୀ ସୋପିଆନ ଜିଲ୍ଲାରେ ଗୋଟିଏ ଆତଙ୍କବାଦୀକୁ ନିପାତ କରିଛନ୍ତି । ଏହାପରେ ଶ୍ରୀନଗରର ଜାଦିବଲରେ କମ୍ବିଂ ଅପରେସନ ବେଳେ ତିନୋଟି ଆତଙ୍କବାଦୀଙ୍କୁ ମାରିଛନ୍ତି ସୁରକ୍ଷାକର୍ମୀ ।

ରବିବାର ସକାଳେ ସୋପିଆନ ଜିଲ୍ଲାରେ ଲକିରପୁରରେ ସେନାବାହିନୀ ଜଣେ ଆତଙ୍କବାଦୀକୁ ନିପାତ କରିଥିଲେ । ଆତଙ୍କବାଦୀ ନିକଟରୁ ଏକ ଏକେ୪୭ ରାଇଫଲ ଜବତ କରାଯାଇଛି ।   ଏହାସହ ଆଉ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ସେହିପରି ଶ୍ରୀନଗରରେ ସୁରକ୍ଷାକର୍ମୀ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏହି ଆତଙ୍କବାଦୀମାନେ ରମଜାନ ସମୟରେ ଜଣେ ବିଏସଏଫ ଯବାନଙ୍କୁ ହତ୍ୟା କରିଥିଲେ । ଏହି ଏନକାଉଣ୍ଟର ଶ୍ରୀନଗରର ଜାଦିବଲ ଅଞ୍ଚଳରେ ହୋଇଛି । ସୁରକ୍ଷାକର୍ମୀଙ୍କୁ ଦୁଇରୁ ତିନିଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।

ପୋଲିସ ଓ ସୁରକ୍ଷାକର୍ମୀ ଏବେ ମଧ୍ୟ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ଏହା ବ୍ୟତୀତ କିଛି ଘରେ ମଧ୍ୟ ତଲାସୀ ଅପରେସନ କରାଯାଇଛି । ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସନ୍ଦେହ କରୁଛନ୍ତି ।

ଆହୁରି ପଢନ୍ତୁ…ସୁଧୁରୁନି ପାକିସ୍ତାନ : ବାଲାକୋଟରେ ମୋର୍ଟାର ମାଡ଼, ଦୃଢ ଜବାବ ଦେଲା ଭାରତୀୟ ସେନା

   Related Posts