ହିନ୍ଦୁ ପୂଜାରୀଙ୍କୁ ହତ୍ୟା ମାମଲାରେ ୪ ଆତଙ୍କବାଦୀଙ୍କୁ ଫାଶୀଦଣ୍ଡ, ଜଘନ୍ୟ ଭାବେ କରାଯାଇଥିଲା ହତ୍ୟା
15/03/2020 at 4:18 PM

ଢାକା, ୧୫|୦୩: ବାଂଲାଦେଶରେ ଆତଙ୍କବାଦୀ ସଂଗଠନ ଜମାତ-ଉଲ-ମୁଜାହୁଦ୍ଦୀନର ୪ଜଣ ସଦସ୍ୟଙ୍କୁ ଏକ ହିନ୍ଦୁ ପୂଜାରୀଙ୍କ ହତ୍ୟା ଅଭିଯୋଗରେ ଫାଶୀଦଣ୍ଡ ଶୁଣାଯାଇଛି। ଏହି ୪ଜଣ ଆତଙ୍କବାଦୀ ହିନ୍ଦୁ ପୂଜାରୀ ଜଗନେଶ୍ୱର ରାୟଙ୍କୁ ହତ୍ୟା କରିଥିବା କୋର୍ଟରେ ପ୍ରମାଣିତ ହୋଇଥିଲା।

ରାଜସାହୀର ଫାଷ୍ଟଟ୍ରାକ୍ କୋର୍ଟର ଜଜ୍ ଅନୁପ କୁମାର ଏହି ଆତଙ୍କବାଦୀଙ୍କ ଦୋଷକୁ ସଙ୍ଗୀନ କହିଥିଲେ। ଏହାସହ ସେମାନଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ଶୁଣାଣି ସମୟରେ ତିନିଜଣ ଦୋଷୀ ଜାହାଙ୍ଗୀର ହୁସେନ, ଆଲମଗୀରି ହୁସେନ ଓ ରମଜାନ ଅଲ୍ଲୀ କୋର୍ଟରୁମରେ ଉପସ୍ଥିତ ଥିଲେ। କିନ୍ତୁ ଚତୁର୍ଥ ଦୋଷୀ ରଜୀବୁଲ ଇସଲାମ ଉପସ୍ଥିତ ନଥିଲେ।

ସୂଚନାଯୋଗ୍ୟ, ୫୦ ବର୍ଷୀୟ ଜଗନେଶ୍ୱର ରାୟ ସୋନାପଟା ଗ୍ରାମର ସନ୍ଥ ଗୋରିୟୋ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି। ୨୦୧୬ ଫେବ୍ରୁଆରୀ ୨୧ ତାରିଖରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ତଣ୍ଟି କାଟି ହତ୍ୟା କରିଥିଲେ। ଏହାସହ ତାଙ୍କୁ ଧାରୂଆ ଅସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ। ସେହି ସମୟରେ ତାଙ୍କ ଶିଷ୍ୟ ଗୋପାଳ ଚନ୍ଦ୍ର ରାୟଙ୍କୁ ମଧ୍ୟ ଗୁଳି ବାଜିଥିଲା।