Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମେ ପୁଲୱାମା ଏବେ ଅନନ୍ତନାଗ, ୧୧ ମାସ ଭିତରେ କାଶ୍ମୀରରେ ୪ଟି ବଡ ହମଲା, ୧୯୮ ଯବାନ ସହିଦ

ନୂଆଦିଲ୍ଲୀ ୧୩/୬ : ଜାମ୍ମୁ କାଶ୍ମୀରରେ ୨୦୧୪ ଡିସେମ୍ବର ମାସରୁ ୨୦୧୮ ପର୍ଯ୍ୟନ୍ତ ୧୨୧୩ ଆତଙ୍କୀ ହମଲା ହୋଇଛି । ଆତଙ୍କୀ ହମଲାରେ ୧୮୩ ଜଣ ନାଗରିକ ପ୍ରାଣ ହରାଇଥିବାବେଳେ ୮୩୮ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସମୟ ଭିତରେ ଦେଶର ଅନ୍ୟ ସ୍ଥାନମାନଙ୍କରେ ୬ଟି ଆତଙ୍କବାଦୀ ହମଲା ହୋଇଛି । ଏହିସବୁ ହମଲାରେ ୧୧ ଜଣ ନାଗରିକ ପ୍ରାଣ ହରାଇଥିବାବେଳେ ୭ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ ଭାରତୀୟ ସୈନ୍ୟବଳର ୧୯୮ ଯବାନ ସହିଦ ହୋଇଛନ୍ତି ।

ପାକିସ୍ତାନରେ ଗତବର୍ଷ ନିର୍ବାଚନ ହୋଇଥିଲା । ୨୦୧୮ ଅଗଷ୍ଟ ମାସରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ । ସୀମାରେ ହେଉଥିବା ଆତଙ୍କବାଦୀ ଗତିବିଧିକୁ ରୋକିବା ପାଇଁ ସେ ବଡ ବଡ ପ୍ରତିଶୃତି ଦେଇଥିଲେ । ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ ପରେ ଇମ୍ରାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଇମ୍ରାନ ଖାନ ପ୍ରଥମଥର ପାଇଁ  ପ୍ରଧାନମନ୍ତ୍ରୀ ହେବା ଏବଂ ମୋଦିଙ୍କ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ଭିତରେ ୧୧ ମାସରେ କେବଳ ଜାମ୍ମୁ କାଶ୍ମୀରରେ ୪ଟି ବଡ ବଡ ଆତଙ୍କୀ ହମଲା ହୋଇଛି ।

୨୦୧୯ ଫେବୃଆରୀ ୧୪ ତାରିଖରେ ଜାମ୍ମୁ କାଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ଆତ୍ମଘାତୀ ହମଲା କରିଥିଲା ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ । ଏହି ହମଲାରେ ୪୬ ଯବାନ ସହିଦ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ । ଏହାପରେ ଭାରତୀୟ ବାୟୁସେନା ଵାଲାକୋଟରେ ଏୟାର ଷ୍ଟ୍ରାଇକ କରି ଜୈସ ଆତଙ୍କୀ ସଂଗଠନର ଶିବିର ଧ୍ବଂସ କରିଦେଇଥିଲେ । ପୁଣି ମାର୍ଚ୍ଚ ୭ ତାରିଖରେ ଜାମ୍ମୁ ବସ ଷ୍ଟାଣ୍ଡରେ ଗ୍ରେନେଡ୍ ହମଲା ହୋଇଥିଲା ଯେଉଁଥିରେ ୩ଜଣ ପ୍ରାଣ ହରାଇଥିଲେ । 

ଏପ୍ରିଲ ୯ ତାରିଖରେ କିସ୍ତୱାଡ଼ା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୨ଜଣ କାର୍ଯ୍ୟକର୍ତ୍ତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଜୁନ ୧୨ ତାରିଖରେ ଅନନ୍ତନାଗ ବସ ଷ୍ଟାଣ୍ଡ ନିକଟରେ ଏକ ଆତଙ୍କୀ ହମଲା ହୋଇଥିଲା । ଏହି ହମଲାରେ ୫ଜଣ ଯବାନ ସହିଦ ହୋଇଥିବାବେଳେ ୩ ଯବାନ ଆହତ ହୋଇଛନ୍ତି ।

103 Views

   ସମ୍ବନ୍ଧିତ ଖବର