Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ନିୟମ ଭାଙ୍ଗିଲେ, ଚାକିରୀରୁ ବିଦା ହେଲେ : ଜଗା ଦର୍ଶନ କରି ବହିଷ୍କୃତ ହେଲେ ୪ ମହିଳା ସ୍ବାସ୍ଥ୍ୟକର୍ମୀ

29/12/2020 at 11:48 AM

ପୁରୀ ୨୯।୧୨: ଡ୍ୟୁଟିରେ ଥାଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ୪ ଜଣ ସ୍ବାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ ଏହି କଟକଣାକୁ ଉଲଂଘନ କରି ଗତ ୨୭ ତାରିଖରେ ଡ୍ୟୁଟିରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ଆସନ୍ତା ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଓ୍ବାର୍ଡଓ୍ବାରୀ ପୁରୀବାସୀ କରୋନା କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାନାମା ବା ନିୟମାବଳୀ ପାଳନ କରି ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ଗତ ୨୭ ତାରିଖରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ରବିବାର ସକାଳେ ପୁରୀବାସୀ ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ସେମାନଙ୍କ ସହ କିଛି ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଦେଖିବାକୁ ମିଳିଥିଲା । ପ୍ରଶାସନିକ କଟକଣା, କୋଭିଡ୍ ଗାଇଡ୍ ଲାଇନ୍ ଏବଂ ଶୃଙ୍ଖଳିତ ଭିତରେ ଦର୍ଶନ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ଭିତରକୁ ସ୍ବାସ୍ଥ୍ୟ କର୍ମଚାରୀ କିଭଳି ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭିତରକୁ ପ୍ରବେଶ କରିବା ଏବଂ ବାଇଶି ପାହାଚ ଅତିକ୍ରମ କରି ଶ୍ରୀମନ୍ଦିର ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିବା ଭିଜୁଆଲ କଏଦ ହୋଇଥିଲା। ନା ସେମାନେ ପୌରସଂସ୍ଥାର କୁପନ ଦେଖାଇଥିଲେ ନା ସେମାନଙ୍କ ପାଖରେ ଆଧାର କାର୍ଡ ଥିଲା ନା କୌଣସି ପୌରାଞ୍ଚଳର ପରିଚୟ ପତ୍ର ଥିଲା । କିଛି ନଥାଇ ମଧ୍ୟ ଏତେ କଟକଣା ମଧ୍ୟରେ ନିଜ ପଦବୀର ଦୁରୁପଯୋଗ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ ଏହି ମହିଳା ସ୍ବାସ୍ଥ୍ୟକର୍ମୀ ।

ସେହିପରି ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ମାତ୍ରେ ବାବା ବୈଷ୍ଣବ ନାମକ ଜଣେ ବାବା ମନଇଚ୍ଛା ଭିତରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା।

   Related Posts