Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମହାନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର: ଜଣେ ମୃତ, ଅନ୍ୟ ୩ ନିଖୋଜ

26/11/2021 at 8:19 AM

କଟକ ୨୬/୧୧: ମହାନଦୀରେ ଭାସିଗଲେ ୪ ଛାତ୍ର । କଟକ ଚାଉଳିଆଗଞ୍ଜ ଥାନା ଭଦିମୂଳ ନିକଟରେ ଏହି ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି । ଏବେବି ଅନ୍ୟ ତିନି ଛାତ୍ର ନିଖୋଜ ଅଛନ୍ତି । ମୃତକ ହେଲେ ଜଗା ବେହେରା ।

ଏ ସମସ୍ତ ୪ ଛାତ୍ର କଟକ ପୋତାପୋଖରୀ ଅଞ୍ଚଳର ବୋଲି ଜଣାପଡିଛି । ସ୍କୁଲ ସାରିବା ପରେ ଏମାନେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ସନ୍ଧ୍ୟାରେ ଛାତ୍ରମାନଙ୍କ ସାଇକେଲ ଭଦିମୂଳ ନିକଟେ ଥିବା ଦେଖିବାକୁ ମିଳିଥିିଲା ।

ସେମାନେ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଚାଉଳିଆ ଗଞ୍ଜ ଥାନାରେ ଖବର ଦେଇଥିଲେ ପରିବାର ଲୋକେ । ଏହାପରେ ଆରମ୍ଭ ହୋଇଥିଲା ରେସ୍କୁ ଅପରେସନ । ରାତି ଅଧିକ ହେବାରୁ ରେସ୍କୁ ଅପରେସନ ଅଧାରୁ ବନ୍ଦ ରଖାଯାଇଥିଲା । ଆଜି ପୁଣି ଅଗ୍ନିଶମ ବାହିନୀ ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିବ ।

   Related Posts