ଭୁଶୁଡ଼ିଲା ଚାରି ମହଲା କୋଠା, ଚାପି ହୋଇ ରହିଛନ୍ତି ଆଠଟି ପରିବାରର ପ୍ରାୟ ୪୦ ଜଣ
16/07/2019 at 1:59 PM

ମୁମ୍ବାଇ୧୫|୭: ମୁମ୍ବାଇର ଡ଼ୁଙ୍ଗିରୀ ଅଞ୍ଚଳରେ ମଙ୍ଗଳବାର ସକାଳେ କେଶରବାଇ ନାମକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଭିତରେ ଥିବା କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକଙ୍କୁ ଭଙ୍ଗା କୋଠାରୁ ଉଦ୍ଧାର କରାଯାଇଛି। ଏହି କୋଠାରେ ୪୦ ଜଣ ଲୋକ ଫଶି ରହିଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟଜାରି ରଖିଛି।
ଗୁରୁତର ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ବ୍ରିହନ୍ମମୁମ୍ବାଇ ମୁନିସିପାଲ କୋର୍ପେରେସନ (ବିଏମସି)ର ଲୋକ ସମ୍ପର୍କ ଅଧିକରୀ କହିଛନ୍ତି, ଉଦ୍ଧାର କାର୍ଯ୍ୟଜାରି ରହିଛି। ଇମାମଓ୍ବାଦ ବାଳିକା ବିଦ୍ୟାଳୟରେ ଏମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀଳ, ଏହି କୋଠା ଶହେ ବର୍ଷର କୋଠା ହେଲେ ଦେଖିଲେ ଲାଗୁ ନଥିଲା ଭୁଶୁଡ଼ି ପଡ଼ିବ। ବର୍ଷା କାରଣରୁ କୋଠା ଭୁଶୁଡ଼ି ଥାଇପାରେ ବୋଲି ଅନୁମାନ କରାଯାଉଛି।