Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କେନ୍ଦ୍ରକୁ ତାତ୍ସଲ୍ୟ, ୪ଟି ରାଜ୍ୟ କମାଇଲେ ପେଟ୍ରୋଲ୍‌-ଡିଜେଲ୍‌ ମୂଲ୍ୟ

22/02/2021 at 12:44 PM

ନୂଆଦିଲ୍ଲୀ, ୨୨/୦୨: ଦିନକୁ ଦିନ ପେଟ୍ରୋଲ୍‌-ଡିଜେଲ୍‌ର ମୂଲ୍ୟ ବଢ଼ି ବଢ଼ି ଚାଲିଛି । କିଛି କିଛି ରାଜ୍ୟରେ ଏହା ଶତକ ମଧ୍ୟ ପାର କଲାଣି । ତୈଳ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବର୍ତ୍ତମାନ ଧର୍ମ ସଙ୍କଟରେ ପଡ଼ିଛନ୍ତି । କିନ୍ତୁ ଉପଭୋକ୍ତାଙ୍କ ହିତକୁ ଦୃଷ୍ଟିରେ ରଖି ୪ଟି ରାଜ୍ୟ ଲାଗୁ କରୁଥିବା ଟ୍ୟାକ୍ସରେ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟ ଗୁଡ଼ିକ ଏହା ସୂଚାଇବାକୁ ଚାହୁଁଛନ୍ତି ଯେ, ଅଶୋଧିତ ତୈଳର ଦାମ୍‌ ଯେତିକି ବଢ଼ୁଛି ତା ଠାରୁ ଅଧିକ ତେଲର ଦାମ୍‌ରେ ବୃଦ୍ଧି ହେଉଛି । ଏହାର କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସେସ୍‌ ।

ରବିବାର ପଶ୍ଚିମ ବଙ୍ଗ ସରକାର ତେଲ ଦାମ୍‌ରେ ବୃଦ୍ଧିକୁ ନେଇ ପ୍ରତିବାଦ ସ୍ୱରୂପ ପେଟ୍ରୋଲ୍‌ ଏବଂ ଡିଜେଲ୍‌ରେ ୧ ଟଙ୍କା ଲେଖାଁଏ ଭାଟ୍‌ରେ ହ୍ରାସ କରିଛନ୍ତି । ପ୍ରଥମେ ରାଜସ୍ଥାନ ସରକାର ଜାନୁଆରୀ ୨୯ରେ ଭାଟ୍‌କୁ ୩୮ ପ୍ରତିଶତରୁ ୩୬ ପ୍ରତିଶତକୁ କମେଇ ଦେଇଥିଲେ । ଆସାମ ସରକାର ମଧ୍ୟ ଏହାକୁ ସମର୍ଥନ କରି କରୋନାକୁ ପ୍ରତିହତ କରିବା ପାଇଁ ଲଗାଇଥିବା ୫ ଟଙ୍କାର ଟ୍ୟାକ୍ସକୁ ଉଠାଇ ଦେଇଛନ୍ତି ।

ମେଘାଳୟ ସରକାର ଏହି ସମସ୍ତ ରାଜ୍ୟମାନଙ୍କ ଠାରୁ ଅଧିକ ତୈଳ ଦାମ୍‌ରେ ଅଧିକ ହ୍ରାସ କରିଛନ୍ତି । ସରକାର ପେଟ୍ରୋଲ୍‌ରେ ୭.୪୦ ପଇସା ହ୍ରାସ କରିଥିବା ବେଳେ ଡିଜେଲ୍‌ ଦାମ୍‌ରେ ୭.୧୦ ପଇସା ହ୍ରାସ କରିଛନ୍ତି । ପ୍ରଥମେ ମେଘାଳୟରେ ୨ ଟଙ୍କା ରିବେଟ୍‌ ଦିଆଯାଇଥିଲା । ଏହାପରେ ଭାଟ୍‌ ପେଟ୍ରୋଲ୍‌ରୁ ୩୧.୬୨ ପ୍ରତିଶତ ଭାଟ୍‌କୁ  ୨୦ ପ୍ରତିଶତକୁ ହ୍ରାସ କରାଯାଇଥିଲା ଏବଂ ଡିଜେଲ୍‌ରୁ ୨୨.୯୫ ପ୍ରତିଶତ ଭାଟ୍‌କୁ ୧୨ ପ୍ରତିସତକୁ ମେଘାଳୟ ସରକାର ହ୍ରାସ କରିଥିଲେ ।    

ତେବେ କେନ୍ଦ୍ର ସରକାର ଲଗାଇଥିବା ଏକ୍ସସାଇଜ୍‌ ଡ୍ୟୁଟିକୁ ହ୍ରାସ କରିବାକୁ ମନା କରିଦେଇଥିବା ବେଳେ ଏହା ରାଜ୍ୟଗୁଡ଼ିକ ସେମାନଙ୍କର ଉପଭୋକ୍ତାମାନଙ୍କ ପାଇଁ ତୈଳ ଦରରେ ଏହିପରି ହ୍ରାସ କରିଥିବା ଦେଖିବାକୁ ମିଳିଛି ।

   Related Posts