ପୁଅ ଥାଇ ବାପାର କୋକେଇ କାନ୍ଧେଇଲେ ୪ ଝିଅ: ମୁଖାଗ୍ନୀ ଦେଇ କ୍ରିୟାକର୍ମ ବି କଲେ

Published By : Prameya-News7 Bureau | April 24, 2021 IST

ଝାନସୀ ୨୪/୪: ଭୂତାଣୂ କବଳରେ କଲବଲ ହେଉଛି ସାରା ଦେଶ । ଉତ୍ତର ପ୍ରଦେଶରେ ସ୍ଥିତି ସଂଗୀନ ହେଉଛି । ହେଲେ ଏହାରି ଭିତରେ ନଜର ଆସିଛି ଏକ ଦୁଃଖଦ ଖବର । ବାପାର ମୃତ୍ୟୁ ପରେ ଚାରିକାନ୍ଧ ଦେଇ ଶ୍ମଶାନ ନେଇଯାଇଛନ୍ତି ୪ ଝିଅ । ଏପରିକି ବାପାକୁ ମୁଖ୍ୟାଗ୍ନୀ ଦେବା ସହ କ୍ରିୟାକର୍ମ ବି କରିଛନ୍ତି । ସେଠାରେ ଥିବା ଦେଖଣାହାରୀ ହୋଇଯାଇଛନ୍ତି  ଚକିତ ।

ସୂଚନାଥାଉକି, ନାୟାବନ୍ଦ ଥାନା ଡଡିଆପୁରର ଗଲ୍ଲା ମଣ୍ଡି ରୋଡରେ ରହୁଥିଲେ ଗୌରଲାଲ ସାହୁ । ଶୁକ୍ରବାର ଦୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ପରେ ପୁଅ ବଦଳରେ ସମସ୍ତ କାମ କରିଥିଲେ ତାଙ୍କର ୪ ଝିଅ । ସମସ୍ତ ରୀତିନୀତି ଅନୁଯାୟୀ କ୍ରିୟାକର୍ମ ବି କଲେ । କିନ୍ତୁ ଭଉଣୀମାନେ ଏସବୁରୁ ଭାଇକୁ ଦୂରେଇ ରଖିଥିଲେ ।

ଭଉଣୀମାନଙ୍କ ଅଭିଯୋଗ ଥିଲା କି ବାପା ଜୀବିତ ଥିବା ବେଳେ ଭାଇ ତାଙ୍କୁ ବାରମ୍ୱାର ଅକଥନୀୟ ନିର୍ଯାତନା ଦେଇଆସୁଥିଲା । ୪ ଭଉଣୀ କହିବା ମୁତାବକ୍ ଯିଏ ବଞ୍ଚିଥିବାବେଳେ ମୁହଁକୁ ଟିକିଏ ଚାହିଁଲାନି ସେ ମଲା ପରେ କଣ କାମରେ ଆସବି । ଫଳରେ ବାଧ୍ୟହୋଇ ଭଉଣୀମାନେ ଭାଇକୁ ସବୁ ଅଧିକାରରୁ ଦୂରେଇ ରଖିଥିଲେ । ଏହି ଘଟଣା ପରେ ଝିଅମାନଙ୍କ କର୍ତ୍ତବ୍ୟକୁ ନେଇ ସବୁଠି ବାହାବା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.