Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ଗୋଟିଏ ପାର୍ଶ୍ୱରେ ନିଆଁ ଲଗାଇ ଶିକାର ପାଇଁ ଜଗି ବସିଥିଲେ, ୪ ଶିକାରୀଙ୍କୁ କାବୁ କଲା ବନ ବିଭାଗ

3/04/2021 at 2:33 PM

ଢେଙ୍କାନାଳ,୦୩/୦୪: ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗିବା ଏବେ ପରିବେଶବିତମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏପରିକି ଜଙ୍ଗଲ ଧ୍ୱଂସ ହେଉଥିବାବେଳେ ବନ୍ୟଜନ୍ତୁମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଜଙ୍ଗଲ ନିଆଁ ପଛରେ ଶିକାରୀଙ୍କ ହାତ ଥିବା ଜଣା ପଡିବା ପରେ ବନ ବିଭାଗ ତତ୍ପର ହୋଇ ଉଠିଛି । ଏହାମଧ୍ୟରେ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଚଢଉ କରାଯାଇ ୪ ଶିକାରୀଙ୍କୁ ଗିରଫ କରାଯାଇଛି ।

ବନ ବିଭାଗ କପିଳାସ ଅଭୟାରଣ୍ୟରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ୪ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଶିକାରୀମାନେ କପିଳାସ ଅଭୟାରଣ୍ୟରେ ଗୋଟିଏ ପଟେ ନିଆଁ ଲଗାଇ ଅନ୍ୟପଟେ ଶିକାର ଆଇଁ ଜଗି ରହିଥିବାବେଳେ ବନ ବିଭାଗ କାବୁ କରିଥିଲା ।

ସେମାନଙ୍କଠାରୁ କିଛି ଗୁଳି ଓ ଦୁଇଟି ବନ୍ଧୁକ ଜବତ କରିଛି ବନ ବିଭାଗ । ଗିରଫ ଚାରି ଜଣ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ବଣିଆ ଗ୍ରାମର ରାଜ କୁମାର ବାଲମୁଛ, ବସନ୍ତ ଦେହୁରୀ, ବୁଦୁରାମ ହେମ୍ବ୍ରମ ଓ ରଙ୍ଗ ତେଗୁ । ଗିରଫ ପରେ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

   Related Posts