ଜୁଲାଇ ୧ ତାରିଖରୁ ଦେଶରେ ଲାଗୁ ହେବ ଏହି ୪ଟି ନିୟମ : ଜାଣନ୍ତୁ କ'ଣ କ'ଣ

Published By : Prameya-News7 Bureau | June 29, 2019 IST

ନୂଆଦିଲ୍ଲୀ ୨୯/୬ : ବର୍ତ୍ତମାନ ଜୁନ ମାସ ଚାଲିଛି । ସୋମବାର ଠାରୁ ଜୁଲାଇ ମାସ ଆରମ୍ଭ ହେବ > ଜୁଲାଇ ୧ ତାରିଖରୁ ଦେଶର କିଛି ନିୟମ ପରିବର୍ତ୍ତନ ହେବ । କେଉଁ କେଉଁ ନୂଆ ନିୟମ ଲାଗୁ ହେବ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ । ମୋଦି ସରକାର ଗ୍ୟାସ, ବାଇକ, ବ୍ୟାଙ୍କ ଖାତା ଭଳି କିଛିଟା ଜିନିଷ ଉପରେ ନୂଆ ନିୟମ ଲାଗୁ କରିବେ । ଆସନ୍ତୁ ଜାଣିବା ୧ ତାରିଖରୁ କେଉଁ କେଉଁ ନିୟମ ବଦଳିବ ।

{"id":128437}

୧. RTGS & NEFT

ଯଦି ଆପଣ ଅନଲାଇନ ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଟଙ୍କା ଟ୍ରାନ୍ପଫର କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସିଖବର । ଏବେ RTGS & NEFT  ଜରିଆରେ ଟଙ୍କା ଟ୍ରାନ୍ପଫର କଲେ ଆଉ ଚାର୍ଜ ଦେବାକୁ ପଡିବ ନାହିଁ । ଏ ସମ୍ପର୍କରେ ଆରବିଆଇ ସମସ୍ତ ବ୍ୟାଙ୍କକୁ ସୂଚନା ଜାରି କରିଛି । ଡିଜିଟାଲ ବ୍ୟାଙ୍କିଙ୍ଗକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଆରବିଆଇ ଉଦ୍ଦେଶ୍ୟ ।

{"id":128426}

୨. ରନ୍ଧନ ଗ୍ୟାସ

ପ୍ରତି ମାସ ଭଳି ଏହି ମାସରେ ମଧ୍ୟ ରନ୍ଧନ ଗ୍ୟାସ ଦର ବଢିବ । ଏହା ପୁର୍ବରୁ ଜୁନ ୧ ତାରିଖରେ ରନ୍ଧନ ଗ୍ୟାସ ଦର ବଢିଥିଲେ ।

{"id":128429}

୩. ଏସବିଆଇ ନିୟମ

ଯଦି ଆପଣ ମଧ୍ୟ ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ଖାତାଧାରୀ ତାହେଲେ ଏହି ଖବର ଆପଣଙ୍କ ପାଇଁ । ଏସବିଆଇ ଏବେ ହୋମ ଲୋନକୁ ରେପୋ ରେଟ ସହ ଜୋଡିବ । ଅର୍ଥାତ ଆରବିଆଇ ଯେବେ ରେପୋ ରେଟ ବଦଳାଇବ ଏସବିଆଇ ହୋମ ଲୋନ ମଧ୍ୟ ସେହିଭଳି ବଦଳିବ ।

{"id":128431}

୪. ପିଏଫ୍ ଖାତାଧାରୀଙ୍କ ପାଇଁ ନିୟମ

ଯଦି ଆପଣଙ୍କର ମଧ୍ୟ କର୍ମଚାରୀ ନିଧି ଖାତା ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । ପିଏଫ୍ ରେ ମିଳୁଥିବା ସୁଧ ହାର ସରକାର କମ କରିଦେବେ । ସରକାରଙ୍କ କହିବାନୁଯାୟୀ, ବ୍ୟାଙ୍କଗୁଡିକୁ ଯେଉଁ ସୁଧ ମିଳିଥାଏ ତାଠାରୁ ଅଧିକ ପିଏଫ୍ ଖାତାଧାରୀଙ୍କୁ ମିଳିଥାଏ । ଏହାକୁ ସମାନ କରିବା ସରକାରଙ୍କ ଲକ୍ଷ୍ୟ ।

{"id":128436,"width":580,"height":349}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.