ଭୁବନେଶ୍ୱରର ୪ RMRC ଅଧିକାରୀ ଗିରଫ; ୧ କୋଟି ୩ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ

Published By : Prameya-News7 Bureau | October 26, 2018 IST

ଭୁବନେଶ୍ବର ୨୬/୧୦ : ଭୁବନେଶ୍ୱର ରିଜିଅନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ୪ ଅଧିକାରୀ ଗିରଫ | ୪ ଅଧିକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା | ୪ ଗିରଫ ଅଧିକାରୀ ହେଲେ ଟି.ପାଣ୍ଡୁରଙ୍ଗା ରାଓ, ଅଚ୍ୟୁତାନନ୍ଦ ଦାସ, ରଣଜିତ କୁମାର ଷଡଙ୍ଗୀ ଏବଂ ବିନୋଦ କୁମାର ସିଂ ଗିରଫ | ୧ କୋଟି ୩ ଲକ୍ଷ ଟଙ୍କାର ଔଷଧ କିଣାବିକାରେ ହେରଫେର କରିଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି | ହେରଫେର ନେଇ ୨୦୧୬ ମସିହାରେ ଈଓଡବ୍ଲୁରେ ମାମଲା ରୁଜ୍ଜୁ ହୋଇଥିଲା | ଏମାନେ ନିଜ ନାଁରେ କମ୍ପାନୀ ଖୋଲି ଟଙ୍କା ହେରଫେର କରିଥିବା ଈଓଡବ୍ଲୁ ଜାଣିବାକୁ ପାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.