Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମଦ ପିଆଇ ଫାର୍ମହାଉସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ: ଏଫ୍‌ଆଇଆର୍‌ରେ ବିଜେପି ନେତାଙ୍କ ନାମ, ବିଦାକଲା ଦଳ

22/02/2021 at 4:56 PM

ଶାହଡଲ୍‌, ୨୨/୦୨: ମଧ୍ୟପ୍ରଦେଶର ଶାହଡଲ୍‌ ଜିଲ୍ଲାରେ ଜଣେ ୨୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ୪ ଜଣ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଏକ କାର ଭିତରେ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ, ପଡ଼ୀତା ମହିଳାଙ୍କୁ ଅଭିଯୁକ୍ତମାନେ ପ୍ରଥମେ ଏକ ଚାରି ଚକିଆ ଗାଡ଼ିରେ ଜବରଦସ୍ତି ବସାଇଥିଲେ । ପରେ ତାଙ୍କୁ ଜାଇତାପୁର୍‌ ପୋଲିସ୍‌ ଷ୍ଟେସନ୍‌ ଅନ୍ତର୍ଗତ ଗଡ଼ାଘାଟ ଅଞ୍ଚଳର ଏକ ଫାର୍ମ ହାଉସ୍‌କୁ ନେଇଯାଇଥିଲେ । ସେଠାରେ ତାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ । ସେ ନିଶାଶକ୍ତ ହୋଇଗଲା ପରେ ତାଙ୍କୁ ଫେବୃଆରୀ ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ଦୁଷ୍କର୍ମ କରିଥିବା ଶାହଡଲ୍‌ର ଅତିରିକ୍ତ ଏସ୍‌ପି ମୁକେଶ୍‌ ଭୈସ କହିଛନ୍ତି ।

ଫେବୃଆରୀ ୨୦ ତାରିଖରେ ଏହି ଚାରିଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ତାଙ୍କ ଘର ସାମ୍ନାରେ ଫୋପାଡ଼ି ଦେଇଥିଲେ । ଏହାପରେ ସେ ରବିବାର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କୁ ପ୍ରଥମେ ଜଇତପୁର୍‌ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଦିଆଯାଇଥିଲା ।

ତେବେ ବିଜେପି ଦଳରେ ଥିବା ଏହି ଅଭିଯୁକ୍ତକୁ ଦଳର ଜିଲ୍ଲା ସଭାପତି ଏକ ପ୍ରେସ୍‌ ରିଲିଜ୍‌ ପ୍ରକାଶ କରି ଦଳର ମୂଳ ସଦସ୍ୟରୁ ବହିଷ୍କୃତ କରିଛନ୍ତି । ଏଥିସହିତ ୪ ଅଭିଯୁକ୍ତଙଙ୍କୁ ଗରିଫ କରିବା ପାଇଁ ପୋଲିସ୍‌ ଉଦ୍ୟମ ଜାରି ରଖିଥିବା ଏସ୍‌ପି କହିଛନ୍ତି ।    

   Related Posts