Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଭାରତରେ ୨ ଲକ୍ଷ ଟେଷ୍ଟରୁ ୪.୪ % ପଜିଟିଭ୍: ଆମେରିକା, ଫ୍ରାନ୍ସ ଓ ସ୍ପେନ୍ ତୂଳନାରେ ସ୍ଥିତି ବହୁତ ଭଲ

13/04/2020 at 6:20 PM

ନୂଆଦିଲ୍ଲୀ ୧୩।୦୪: ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ପୂରା ଦୁନିଆରେ ନିଜର କାୟା ବିସ୍ତାର କରିଛି। ଏହାର ପ୍ରଭାବରେ ସମଗ୍ର ବିଶ୍ଵରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଅଦ୍ୟାବଧି ଦୁନିଆରେ ମୋଟ୍ ୧୮ ଲକ୍ଷ ୬୫ ହଜାର ୯୭୯ କରୋନା ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୫ ହଜାର ୨୨୪ ଜଣଙ୍କ ମୃତ୍ୟୁ ଘଟିଛି। ୪ ଲକ୍ଷ ୩୩ ହଜାର ୯୧୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ସଂପ୍ରତି ଆମେରିକା, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଇରାନ ସବୁଠୁ ଅଧିକ ସଂକ୍ରମିତ ଦେଶ ତାଲିକାର ଶୀର୍ଷରେ ଅଛନ୍ତି। ଏମିତିରେ ଆମେରିକା, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ପରି ସଂପନ୍ନ ଦେଶ ସହିତ ଭାରତର ତୂଳନା କରାଯାଏ ତେବେ ବର୍ତ୍ତମାନ ଭାରତରେ ସ୍ଥିତି ନିୟନ୍ତ୍ରଣରେ ରହିଛି।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) ପକ୍ଷରୁ ରମନ ଆର ଗଙ୍ଗାଖେଡକର ସୋମବାର କହିଛନ୍ତି ଯେ, କାଲି ପର୍ଯ୍ୟନ୍ତ  ଆମେ କୋଭିଡ୍-୧୯ର ୨ ଲକ୍ଷ ୬ ହଜାର ୨୧୨ଟି ନମୂନା ପରୀକ୍ଷଣ କରିଛୁ। ଏହା ବ୍ୟତୀତ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୧୫୨ ରହିଛି। ଅର୍ଥାତ ମୋଟ୍ ଟେଷ୍ଟ କରାଯାଇଥିବା ପରୀକ୍ଷଣରୁ ୪.୪ ପ୍ରତିଶତ ପଜିଟିଭ୍ ମିଳିଛି। ଏହା ଦର୍ଶାଉଛି ଯେ, ଆମେରିକା, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଇରାନ ତୂଳନାରେ ଭାରତର ସ୍ଥିତି ବହୁତ ଭଲ ରହିଛି।

ସୂଚନା ଅନୁଯାୟୀ, ଆମେରିକାରେ ମୋଟ୍ ୨୮ ଲକ୍ଷ ୩୩ ହଜାର ୧୧୨ ଟେଷ୍ଟ କରାଯାଇଛି। ଏଥିରୁ ୫ ଲକ୍ଷ ୬୦ ହଜାର ୪୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ୍ ପରୀକ୍ଷଣ ହୋଇଥିବା ନମୂନାରୁ ୧୯.୭ ପ୍ରତିଶତ ପଜିଟିଭ୍ ମିଳିଛି। ସେହି ଭଳି ସ୍ପେନରେ  ୨୮.୨ ପ୍ରତିଶତ, ଫ୍ରାନ୍ସରେ ୩୯.୭ ପ୍ରତିଶତ, ଜର୍ମାନୀରେ ୯.୭ ପ୍ରତିଶତ, ଇଟାଲୀରେ ୧୫.୪ ପ୍ରତିଶତ ଓ ଇରାନରେ ୨୬.୬ ପ୍ରତିଶତ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ପରେ ଜର୍ମାନୀ ଓ ଇଟାଲୀରେ ସବୁଠୁ ଅଧିକ ପରୀକ୍ଷଣ କରାଯାଇଛି।

ଜର୍ମାନୀରେ ମୋଟ୍ ୧୩ ଲକ୍ଷ ୧୭ ହଜାର ୮୮୭ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୧ ଲକ୍ଷ ୨୭ ହଜାର ୮୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇଟାଲୀରେ ୧୦  ଲକ୍ଷ ୧୦ ହଜାର ୧୯୩ ପରୀକ୍ଷଣ ମଧ୍ୟରୁ ୧ ଲକ୍ଷ ୫୬ ହଜାର ୩୬୩ କରୋନା ପଜିଟିଭ୍ ଆସିଛି। ଏହା ବ୍ୟତୀତ ସ୍ପେନରେ ୬ ଲକ୍ଷ ଟେଷ୍ଟ କରାଇଥିବା ବେଳେ ସେଥିରୁ ୧, ୬୯,୪୯୬ ପଜିଟିଭ୍, ଫ୍ରାନ୍ସରେ ୩ ଲକ୍ଷ ୩୩ ହଜାର ୮୦୭ ଟେଷ୍ଟ ହୋଇଥିବା ନମୂନା ମଧ୍ୟରୁ ୧ ଲକ୍ଷ ୩୨ ହଜାର ୫୯୧ କେସ୍ ପଜିଟିଭ୍ ଓ ଇରାନରେ ଟେଷ୍ଟ ହୋଇଥିବା ୨ ଲକ୍ଷ ୭୫ ହଜାର ୪୨୭ ନମୂନା ମଧ୍ୟରୁ ୭୩  ହଜାର ୩୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

   Related Posts