ମାଆ କୋଳରେ ଚିର ନିଦ୍ରାରେ ଶୋଇ ପଡ଼ିଲେ ପୁଅ-ଝିଅ...

Published By : Prameya-News7 Bureau | January 11, 2020 IST

ରାଜଗାଙ୍ଗପୁର୧୧/୧: ରାଜଗାଙ୍ଗପୁରରେ ଅଭାବନୀୟ । ବନ୍ଦ ଘରୁ ମିଳିଛି ଗୋଟିଏ ପରିବାରର ୪ ମୃତ ଦେହ । ୩ ବର୍ଷର ଝିଅ, ଦେଢ ବର୍ଷର ପୁଅ ସହ ବେଡ୍ ଉପରେ ଶୋଇ ଯାଇଛନ୍ତି ବାପା ମାଆ । ଗୁରୁବାର ଠୁ ଘର ବନ୍ଦ ଥିବା ବେଳେ ଦୁର୍ଗନ୍ଧ ହେବାରୁ ଆଜି ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୁଅ ଝିଅଙ୍କୁ ବିଷ ଦେଇ ବାପା ମାଆ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":210000,"sizeSlug":"large"}

ବେଡ୍​‌ ରେ ବାପା ମାଆଙ୍କ କୋଳରେ ଚିର ନିଦ୍ରାରେ ଶୋଇ ଯାଇଛନ୍ତି ପୁଅ-ଝିଅ । ଆଉ କେବେବି ନିଦ ଭାଙ୍ଗିବନି, କି ଏମାନଙ୍କ ଭିତରୁ କେହିବି ଉଠିବେନି । ଖଟ ପାଖରେ ୨ ଟି ଜାଗାରେ ରଖା ଯାଇଛି କ୍ଷୀର । ଏ ଅଭାବନୀୟ ଦୃଶ୍ୟରାଜଗାଙ୍ଗପୁର ଆଇ.ଟି କଲୋନୀ କ୍ବାର୍ଟର ନମ୍ବର ବି/7 ର । ବନ୍ଦ ଘରୁ ମିଳିଛି ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ।

{"id":210001,"sizeSlug":"large"}

ମୃତକ ରାଜଗାଙ୍ଗପୁର ଡାଲମିଆ ରିଫେକ୍ଟ୍ରିର ମେକାନିକାଲ ବିଭାଗରେ କାମ କରୁଥିବା ରଂଜିତ ପ୍ରସାଦ, ସ୍ତ୍ରୀ କଳ୍ପନା, ୩ ବର୍ଷର ଝିଅ ଓ ଦେଢ ବର୍ଷର ପୁଅ । ୪ ମାସ ହେଲା କାଂଶବାହାର ଗୋଆଲପଡାର ରଞ୍ଜିତ ସପରିବାରେ ଏଠରେ ଭଡାରେ ରହୁଥିଲେ । ଘରୁ ପଚା ଗନ୍ଧ ଆସିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ବନ୍ଦ କୋଠରୀ ଖୋଲିବା ପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ହତବାକ୍ କରିଦେଇଛି ସାରା ଅଞ୍ଚଳକୁ ।

{"id":210002,"sizeSlug":"large"}

ତେବେ ରଂଜିତ ପ୍ରସାଙ୍କ ପୂରା ପରିବାର ମୃତ୍ୟୁ ହେଲା କେମିତି ?  ଘର ଭିତରପଟୁ ବନ୍ଦ ଥିବାରୁ ୪ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯଦି ଏପରି ହୋଇଥାଏ ତେବେ ସେମାନେ ଏମିତି ଚରମ ନିଷ୍ପତ୍ତି ନେଲେ କାହିଁକି ?  ପାରିବାରିକ ଅଶାନ୍ତି ଏଭଳି କଠୋର ପଦକ୍ଷେପ ନେବାକୁ ସେମାନଙ୍କୁ ବାଧ୍ୟ କରିନି ତ ?  ୩ ବର୍ଷର ଝିଅ ଏବଂ ଦେଢ ବର୍ଷର ପୁଅକୁ ମାରିବାକୁ କିଭଳି ଚିନ୍ତାକରିପାରିଲେ ?  ମୃତ କଳ୍ପନାଙ୍କ ମାଆଙ୍କ କହିବା କଥା ହେଲା ଝିଅ ନିଚ ଜାତିରେ ଭଲ ପାଇ ବିବାହ କରିଥିବାରୁ ତା ସହ ସେମାନଙ୍କର କୌଣସି ସଂପର୍କ ନଥିଲା ।

{"id":210003,"sizeSlug":"large"}

 ରଂଜିତ ବି ନିଜ ଘର ଛାଡି ରାଜଗାଙ୍ଗପୁରରେ ଭଡା ଘରେ ରହୁଥିଲେ । ଘଟଣା ସଂପର୍କରେ କିଛି ବି କହିବାକୁ ମନା କରିଦେଇଛନ୍ତି ରଂଜିତଙ୍କ ପରିବାର ଲୋକ । ଗତ ଗୁରୁବାର ଶେଷ ଥର ପାଇଁ ସେମାନଙ୍କୁ ପଡୋଶୀ ଦେଖିଥିଲେ । ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବେଳେ ବେଳେ ଝଗଡା ଲାଗୁଥିବା କହିଛନ୍ତି ପଡୋଶୀ । ସାଇଣ୍ଟିଫିକ୍ ଟିମ୍ ସହାୟତରେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଭଳି ହୃଦୟ ବିଦାରକ ଘଟଣା ଉପରୁ ପଦରା ହଟିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.