Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା ଆତଙ୍କ ଜାରି, ଅକ୍ସିଜେନ୍ ଅଭାବରୁ ପୁଣି ୪ ରୋଗୀଙ୍କ ମୃତ୍ୟୁ

25/04/2021 at 7:34 PM

ଗୁରୁଗ୍ରାମ ୨୫।୦୪: ଦେଶରେ ଜାରି ସଙ୍କଟ ମଧ୍ୟରେ ଅନେକ  ହସ୍ପିଟାଲରେ କରୋନାର ଘୋର ଅଭାବ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଗୁରୁଗ୍ରାମରେ ଅକ୍ସିଜେନ୍ ଶେଷ ହୋଇଯିବାରୁ ଏକ ଘରୋଇ ହସ୍ପିଟାଲରେ ଚାରି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନକୁ ବାରମ୍ବାର କହିଲେ ମଧ୍ୟ ଅକ୍ସିଜେନ୍‌ ଯୋଗାଣ ନହେବାରୁ ଚାରି ଜଣଙ୍କ ପ୍ରାଣହାନୀ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରବିବାର ସକାଳ ୧୧ଟାରେ କଥୁରିଆ ହସ୍ପିଟାଲରେ ଅଚାନକ ଅକ୍ସିଜେନ୍‌ ସରିଯିବାରୁ ଏହି ଘଟଣା ଘଟିଛି। ଚାରି କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ମୃତକଙ୍କ ପରିଜନ ମଧ୍ୟରେ ଆକ୍ରୋଶର ମାହୋଲ ରହିଛି। ସେମାନେ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବ କାରଣରୁ ଜୟପୁରର ଗୋଲଡେନ୍ ହସ୍ପିଟାଲରେ ୨୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ବାତ୍ରା ଓ ସାର ଗଙ୍ଗାରାମ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ର ଅଭାବ ଦେଖିବାକୁ ମିଳିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଅନୁଯାୟୀ, ଏହି ସମୟରେ ଦିଲ୍ଲୀରେ ୭୦୦ ଟନ ଅକ୍ସିଜେନ୍‌ର ଆବଶ୍ୟକତା ରହିଛି। କେନ୍ଦ୍ର ପକ୍ଷରୁ ୪୮୦ ଟନ୍ ଅକ୍ସିଜେନ୍ ଆବଣ୍ଟିତ ହୋଇଛି। ଏହା ମଧ୍ୟରେ କେଜ୍ରିଓ୍ଵାଲ ସରକାର ଦିଲ୍ଲୀରେ ଲକ୍‌ଡାଉନ୍‌କୁ ଅବଧିକୁ ଆଉ ସପ୍ତାହେ ମଧ୍ୟ ବୃଦ୍ଧି କରିଛନ୍ତି।

   Related Posts