ଅତ୍ୟଧିକ ଗରମ ଯୋଗୁଁ କେରଳା ଏକ୍ସପ୍ରେସରେ ୪ ଯାତ୍ରୀଙ୍କ ମୃତ୍ୟୁ ; ଝାନସୀରେ ଓହ୍ଲାଇ ଦିଆଗଲା ଶବ

Published By : Prameya-News7 Bureau | June 11, 2019 IST

ଦିଲ୍ଲୀ ୧୧/୬ : ଦିଲ୍ଲୀରୁ ଝାନ୍ସୀ ଯାଉଥିବା କେରଳା ଏକ୍ସପ୍ରେସ ଟ୍ରେନରେ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଅତ୍ୟଧିକ ଗରମ ଯୋଗୁଁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗରମ ଯୋଗୁଁ ଅଣନିଶ୍ୱାସୀ ହୋଇ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତଦେହଗୁଡିକୁ ଝାନସୀରେ ଓହ୍ଲାଇ ଦିଆଯାଇଥିଲା  ।

ସୂଚନାଯୋଗ୍ୟ ଯେ, ଆଗ୍ରାରୁ ୬୮ ଜଣଙ୍କର ଏକ ଗ୍ରୁପ କୋଏମ୍ବାଟୁର ଯାଉଥିଲେ । ସେହି ଗ୍ରୁପର ୪ଜଣଙ୍କର ମୃତ୍ୟୁ ହୋଇଛି । ୧୦ ଦିନ ପୂର୍ବରୁ ବାରଣାସୀ ଏବଂ ଆଗ୍ରା ବୁଲିବାକୁ ବାହାରିଥିଲେ ଏହି ଗ୍ରୁପ । ସେମାନେ ୧୨୬୨୬ ନମ୍ବର କେରଳା ଏକ୍ସପ୍ରେସରେ ଦିଲ୍ଲୀରୁ ଝାନ୍ସୀ ଯାଉଥିବାବେଳେ ଏହିଭଳି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୩ଜଣ କୋନ୍ନୁର ଏବଂ ଜଣେ କୋଏମ୍ବାଟୁରର ଥିଲେ । ଝାନସୀ ଷ୍ଟେସନରେ ରେଳବାଇ ଡାକ୍ତରଙ୍କୁ କିଛି ଲୋକ ସ୍ୟସ୍ଥ୍ୟବସ୍ଥା ଖରାପ ଥିବା ସୂଚନା ଦେଇଥିଲେ । କୋଚ ନମ୍ବର ୮ ଏବଂ ୯ରେ ଡାକ୍ତରଙ୍କୁ ଏହି ସୂଚନା ମିଳିଥିଲା । ଡାକ୍ତର ଟ୍ରେନରେ ଆସି ସେମାନଙ୍କୁ ଦେଖିବା ପରେ ମୃତ ଘୋଷଣ କରିଥଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.