ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କଲା ଭାରତୀୟ ସେନା: ୪ ପାକ୍ ରେଞ୍ଜର୍ସ୍ ନିହତ, ୧୨ରୁ ଅଧିକ ଗୁରୁତର

Published By : Prameya-News7 Bureau | June 18, 2020 IST

ଶ୍ରୀନଗର, ୧୮|୦୬ ଭାରତ ଓ ଚୀନ ମଧ୍ୟରେ ଏବେ ଏଲଏସିରେ ତିକ୍ତତା ବୃଦ୍ଧି ପାଇଛି । ଏହା ମଧ୍ୟରେ ଭାରତୀୟ ସେନା ପାକିସ୍ତାନୀ ସେନାର ଏକ ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି । ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ ଦେଇଛି ଭାରତ । ଭାରତୀୟ ସେନାର ଆକ୍ରମଣରେ ଏକାଧିକ ପାକ୍ ପୋଷ୍ଟ ଧ୍ୱଂସ ହୋଇଥିବା ବେଳେ ୪ରୁ ଅଧିକ ପାକ୍ ରେଞ୍ଜର୍ସ୍ ନିହତ ହୋଇଛନ୍ତି । ଏହାସହ ୧୨ରୁ ଅଧିକ ପାକ୍ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ବୁଧବାର ବିଲମ୍ବିତ ରାତ୍ରରେ ଭାରତ ତରଫରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପାକିସ୍ତାନକୁ କଜା ଜବାବ ଦେଇ ଭାରକ ଭିମ୍ବର, ନିଲମ, ନକୟାଲ ସେକ୍ଟରରେ ପାକିସ୍ତାନର ଅନେକ ପୋଷ୍ଟକୁ ଧ୍ୱଂସ କରିଦେଇଛି । ଗତ କିଛିଦିନ ଧରି ପାକିସ୍ତାନ ଲଗାତାର ଭାବେ ଏଲଓସିରେ ଅସ୍ତ୍ରବିରତ ଉଲଙ୍ଘନ କରିଆସୁଥିଲା । ଏପରିକି ଭାରତର ଜବାବରେ ଅନେକ ପାକ୍ ରେଞ୍ଜର୍ସ ନିଜ ପୋଷ୍ଟ ଛାଡି ପଳାୟନ କରିଥିଲେ ।

ବୁଧବାର ଜମ୍ମୁ-କାଶ୍ମୀରର ରଜୋରୀ ସେକ୍ଟରରେ ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଏପରିକି ମୋର୍ଟାର ମାଡ ମଧ୍ୟ କରିଥିଲା । ଏହାପରେ ଭାରତୀୟ ସେନା ପ୍ରତି ଜବାବ ଦେଇଥିଲା ।

ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ବୁଧବାର ସନ୍ଧ୍ୟା ୭ଟା ୩୦ରେ ପାକ୍ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ରଜୋରୀ ଓ ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନ ତରଫରୁ ଗୁଳିଗୋଳା ମାଡ କରାଯାଇଥିଲା । ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.