Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ଜମିବାଡି ବିବାଦକୁ କେନ୍ଦ୍ର କରି ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ

7/07/2018 at 6:48 AM

ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଜଗତସିଂହପୁର ଜିଲ୍ଲା ସଦର ଥାନା ଘଡିମୂଳ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଗୁରୁତର ଅବସ୍ଥାରେ ଆହତ ମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ମାନେ ହେଲେ ଘଡିମୂଳ ଗାଁର ଅକ୍ଷୟ ରଥ ତାଙ୍କ ସ୍ତ୍ରୀ ପୁଷ୍ପଳତା ରଥ ଓ ତାଙ୍କ ଦୁଇ ପୁଅ ଶୁଭ୍ରାଂଶୁ ରଥ ଓ ସୁଧାଂଶୁ ରଥ । ଅଭିଯୋଗ ଅନୁଯାୟୀ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅକ୍ଷୟଙ୍କ ସହ ତାଙ୍କର ଦୁଇ ଭାଇ ଅଭୟ ରଥ ଓ ଅଶୋକ ରଥଙ୍କ ମଧ୍ୟ ରେ ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଅଭୟ ଓ ଅଶୋକ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ଅକ୍ଷୟଙ୍କ ଘରକୁ ଆସି ପାଟିତୁଣ୍ଡ କରିବା ସହିତ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଜଗତସିଂହପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି ।

   Related Posts