ଛୁଟି କାଟିବାକୁ ପଞ୍ଚତାରକା ହୋଟେଲ ଯାଇଥିଲା ପୁରା ପରିବାର: ଘଣ୍ଟାଏ ଭିତରେ ସମସ୍ତଙ୍କର ଆଶ୍ଚର୍ଯ୍ୟଜନକ ମୃତ୍ୟୁ

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ ୧୮/୧୦ : ସମସ୍ତେ ଛୁଟି କାଟିବା ପାଇଁ ପରିବାର ସହ ବାହାରକୁ ଯିବାକୁ ଚାହାଁନ୍ତି। କେବଳ ଭାଗ୍ୟବାନ ଲୋକେ ପରିବାର ସହିତ ସମୟ ବିତାଇବାର ସୁଯୋଗ ପାଆନ୍ତି। ଯଦି ବିଦେଶରେ ଛୁଟି କାଟିବାକୁ ମଉକା ମିଳେ ତାହେଲେ ବହୁତ ଖୁସି ଲାଗିଥାଏ। କିନ୍ତୁ ଛୁଟିରେ କିଛି ଦୁର୍ଘଟଣା ଘଟିଲେ ସବୁ ମଜା ଖରାପ ହୋଇଯାଏ। ଛୁଟି କାଟିବାକୁ ଯାଇ ଗୋଟିଏ ପରିବାର ସହ ଏମିତି ଏକ ଦୁର୍ଘଟଣା ଘଟିଛି ଯେଉଁଥିପାଇଁ ପରିବାରର ୪ ସଦସ୍ୟଙ୍କ ଜୀବନ ଚାଲିଯାଇଛି। ଏହି ଖବର ସମସ୍ତଙ୍କୁ ଚକିତ କରି ଦେଇଛି ଏବଂ ଲୋକେ ବର୍ତ୍ତମାନ ବଡ ହୋଟେଲରେ ରହିବାକୁ ଭୟ କରୁଛନ୍ତି।

ମସ୍କୋରରେ ରହୁଥିବା ୬୦ ବର୍ଷିୟ ସର୍ଜି ବୁରେନକୋଭ ନିଜର ୫୮ ବର୍ଷିୟ ପତ୍ନୀ ନାଟାଲିଆ ବୁରେନକୋଭା ସେମାନଙ୍କର ୩୧ ବର୍ଷର ଝିଅ କାଟ୍ୟା ଏବଂ ୩୭ ବର୍ଷୀୟ ନିକିତା ବେଲାସୋଭ ଛୁଟି କାଟିବାକୁ ଆଲବାନିଆ ଯାଇଥିଲେ। ଏଠାରେ ସେ ଏକ ବଡ ହୋଟେଲରେ ରହିବାକୁ ଯାଉଥିଲେ। ଯେତେବେଳେ ସେ ଗ୍ଲୋରିଆ ପ୍ୟାଲେସ ହୋଟେଲରେ ପହଞ୍ଚିଲେ ଷ୍ଟାଫ ତାଙ୍କୁ ସୌନା ରୁମ ସେବାର ଆନନ୍ଦ ଉପଭୋଗ କରିବାକୁ କହିଥିଲେ। ପୁରା ପରିବାର ବହୁତ ଖୁସି ଥିଲେ ଏବଂ ସେମାନେ ସୌନା ରୁମରେ ସମୟ କାଟିବାକୁ ନେଇ ବହୁତ ଖୁସି ଥିଲେ। କିନ୍ତୁ ଯେତେବେଳେ ସେମାନେ ସୌନା ରୁମରେ ପହଞ୍ଚିଲେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ଓ ସେମାନଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି। ଡେଲି ଷ୍ଟାର ୱେବସାଇଟର ରିପୋର୍ଟ ଅନୁଯାୟୀ, ସୌନା ରୁମର ଭେଣ୍ଟିଲେସନ ସିଷ୍ଟମ ଠିକ ଭାବେ କାମ କରୁନଥିଲା।

{"id":529277,"width":697,"height":366,"sizeSlug":"full","linkDestination":"none"}

ପୋଲିସ ସୂଚନାନୁସାରେ, ପରିବାର ବହୁତ ଯାତ୍ରା କରୁଥିଲେ। ଏହା ପୂର୍ବରୁ ମଧ୍ୟ ସେମାନେ ଏକାଠି ଅନେକ ସ୍ଥାନ ପରିଦର୍ଶନ କରିଛନ୍ତି, କିନ୍ତୁ ଏହି ଯାତ୍ରା ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ହୋଟେଲର ଜଣେ ୱେଟର କହିଛନ୍ତି ଯେ ସୌନା ରୁମକୁ ଯିବା ପରେ ସେମାନେ ପାନୀୟ ଏବଂ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ୱେଟର ଅର୍ଡର ଆଣି ପହଞ୍ଚିଲେ, ସେ ଦେଖିଲେ ଯେ ସମସ୍ତେ ମରିଯାଇଛନ୍ତି। ୱେଟର କହିଛନ୍ତି ଯେ ସେ ସୌନା ରୁମ ବାହାରୁ ସେ ଅନେକଥର ଡାକିଥିଲେ କିନ୍ତୁ ଭିତରୁ କେହି ଉତ୍ତର ଦେଇନଥିଲେ। ଯେତେବେଳେ ସେ କବାଟ ଖୋଲି ଭିତରକୁ ଗଲେ, ଦେଖିଲେ ଯେ ସେଠାରେ ସମସ୍ତେ ମରିପଡିଛନ୍ତି। ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ସନ ବେଡ଼ ଉପରେ ପଡ଼ିଥିବାବେଳେ ଦୁଇଜଣ ସୌନା ବେଞ୍ଚ ଉପରେ ମୃତ ଅବସ୍ଥାରେ ପଡ଼ିଥିଲେ। ପୋଲିସ କହିଛି ଯେ ସେ ହୋଟେଲରେ ପହଞ୍ଚିବାର ମାତ୍ର ଘଣ୍ଟାଏ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.