Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୧୦୦ ଜଣ ‘ମୋଷ୍ଟ ପାୱାରଫୁଲ ଇଣ୍ଡିଆନ୍ସ’ଙ୍କ ମଧ୍ୟରେ ୪ ଓଡିଆ, ଜାଣନ୍ତୁ କିଏ

30/09/2019 at 4:19 PM

ଦେଶର ଏକ ପ୍ରମୁଖ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ‘ମୋଷ୍ଟ ପାୱାରଫୁଲ ଇଣ୍ଡିଆନ୍ସ’ ସର୍ଭେର ପ୍ରଥମ ୧୦୦ ଜଣଙ୍କ ସୂଚୀରେ ୪ ଜଣ ଓଡିଆ ସ୍ଥାନ ପାଇଛନ୍ତି। ଏହି ୪ ଜଣ ପ୍ରଭାବଶାଳୀ ଓଡିଆଙ୍କ ମଧ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ପ୍ରଶାସକ ରହିଛନ୍ତି।  ଏମାନେ ହେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ.ପ୍ରମୋଦ କୁମାର ମିଶ୍ର ଓ ଆରବିଆଇ ଗଭର୍ଣ୍ମର ଶକ୍ତିକାନ୍ତ ଦାସ।  ତେବେ ଗମମାଧ୍ୟମ କେଉଁ ଆଧାରରେ ପ୍ରଭାବଶାଳୀ ଚୟନ କରିଛନ୍ତି ଆସନ୍ତୁ ଜାଣିବା।

ଧର୍ମେନ୍ଦ୍ର ପ୍ରଧାନ
ଗଣମାଧ୍ୟମର ତାଲିକା ସୂଚୀରେ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ତମ ସ୍ଥାନରେ ରହିଛନ୍ତି। ସର୍ଭେ ମୁତାବକ ରାଜ୍ୟରେ ବିଜେପିର ସଙ୍ଗଠନକୁ ମଜଭୁତ କରିବା ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟଦକ୍ଷତା ଆଧାରରେ ତାଙ୍କୁ ପ୍ରଭାବଶାଳୀ ଭାରତୀୟଙ୍କ ସୂଚୀରେ ସାମିଲ କରାଯାଇଛି। ୨୦୧୮ ମସିହାରେ ପ୍ରସ୍ତୁତ କରାଯାଇଥିବା ତାଲିକାରେ ତାଙ୍କୁ ୩୨ତମ ସ୍ଥାନ ମିଳିଥିଲା। ତେବେ ତାଙ୍କର କାର୍ଯ୍ୟ ଦକ୍ଷତା ତାଙ୍କୁ ୧୪ତମ ସ୍ଥାନକୁ ଉନ୍ନିତ କରିଥିବା ଗଣମାଧ୍ୟମ ଉଲ୍ଲେଖ କରିଛି।

ଡ.ପ୍ରମୋଦ କୁମାର ମିଶ୍ର
ପ୍ରଭାବଶାଳୀ ୧୦୦ ଭାରତୀୟଙ୍କ ସୂଚୀର ୧୯ତମ ସ୍ଥାନରେ ରହିଥିବା ଓଡିଆ ଜଣକ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର। ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରମୋଦ ତାଙ୍କର ଅତ୍ୟନ୍ତ ନିକଟତମ ଅଧିକାରୀଭାବେ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱ ବହନ କରୁଥିଲେ। ଅତୀତରେ ମୋଦିଙ୍କ ବିଶ୍ୱାସ ଜିତିଥିବା ଏହି ଓଡିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଦାୟିତ୍ୱ ମିଳିବା ପରେ ତାଙ୍କୁ ପ୍ରଭାବଶାଳୀ ଭାରତୀୟ ବୋଲି ବିବେଚନା କରାଯାଉଛି। ୨୦୧୮ ମସିହା ସୂଚୀରେ ପ୍ରମୋଦ ୪୪ ତମ ସ୍ଥାନରେ ଥିଲେ।

ଶକ୍ତିକାନ୍ତ ଦାସ
୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ସୂଚୀର ୨୯ତମ ସ୍ଥାନରେ ଅଛନ୍ତି ଆଉ ଜଣେ ଓଡିଆ ଶକ୍ତିକାନ୍ତ ଦାସ। ଶକ୍ତିକାନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଗତବର୍ଷ ଅବସ୍ଥାପିତ ହୋଇଥିଲେ। ଆରବିଆଇ ଗଭର୍ଣ୍ଣର ବାବେ ଅବସ୍ଥାପିତ ହେବା ପରଠାରୁ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ସହ ଆରବିଆଇଙ୍କ ସମନ୍ୱୟ ବୃଦ୍ଧିରେ ବେଶ ସହାୟକ ହୋଇଛନ୍ତି। ବିଭିନ୍ନ କ୍ଷେତ୍ରରେ ସୁଧହାର ହ୍ରାସ ସହ ବ୍ୟାଙ୍କିଙ୍ଗ ସେବା ସଂସ୍କାରରେ ବେଶ ସଫଳ ହୋଇଛନ୍ତି ଏହି ଓଡିଆ।

ନବୀନ ପଟ୍ଟନାୟକ
ଓଡିଆଙ୍କ ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶହେ ଜଣ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ୩୯ତମ ସ୍ଥାନରେ ଅଛନ୍ତି। ଲଗାତାର ୫ମବାର ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିବା ନବୀନଙ୍କ ନୀତିଗତ ନିଷ୍ପତ୍ତି ଓ ବିଭିନ୍ନ ଯୋଜନାର ସଫଳତା  ଲାଗି ନବୀନଙ୍କୁ ତାଲିକାରେ ସ୍ଥାନ ମିଳିଛି। ରାଜ୍ୟରେ ନବୀନ କାର୍ଯ୍ୟକାରୀ କରିଥିବା କେତେକ ଯୋଜନା ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଅନୁକରଣୀୟ ହେଉଥିବା ଦେଖାଯାଇଛି। ତେବେ ୧୦୦ ଜଣ ପ୍ରଭାବଶାଳୀ ଭାରତୀୟଙ୍କ ସୂଚୀର ୧ ନମ୍ବର ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲାଗାତାର ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେତ ୩୭୦ ପ୍ରତ୍ୟାହାର ସମେତ ବିଭିନ୍ନ ଐତିହାସିକ ନିଷ୍ପତ୍ତି ଯୋଗୁ ତାଙ୍କୁ ଏହି ସ୍ଥାନ ଦିଆଯାଇଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

   Related Posts