ଗୁଣିଗାରେଡି ସନ୍ଦେହରେ ୪ଅଣ ଓଡିଆଙ୍କୁ ମାଡ଼: ସନ୍ଦେହରେ ବାବା ଅଟକ
17/09/2018 at 11:58 AM

ବାଲେଶ୍ୱର ୧୭/୯:ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ମଧ୍ୟ ରାତ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳଗିରି ନିକଟସ୍ଥ ଦେବଗିରି ପାହାଡ଼ ମୁଳ କାନପୁର ଅଂଚଳରେ କିଛି ବ୍ୟକ୍ତି ପୂଜାସାମଗ୍ରୀ ନେଇ ଯାଉଥିବାବେଳେ ଗ୍ରାମବାସୀଙ୍କ ସନ୍ଦେହ ଜାତ ହୋଇଥିଲା। ସେମାନଙ୍କୁ ଡାକିବାରୁ କିଛି ବ୍ୟକ୍ତି ଦୌଡ଼ି ପଳାଇଥିଲେ। ଦିଲ୍ଲୀ ଅଂଚଳର ତିନିଜଣ ଶିଖ ଯୁବକ ସମେତ ହରିୟାଣା ଅଂଚଳର ସୋନିପଥ ଗ୍ରାମର ଜଣେ ଯୁବକ ସମେତ ଆଉ ଦୁଇ ଓଡ଼ିଆ ଅଟକ ରଖି ନିର୍ଧୁମ ମାଡ଼ମାରିଥିଲେ। ଢେଙ୍କାନାଳ ଅଂଚଳର ଦୀପକ ବେହେରା ଏମାନଙ୍କୁ ସିଦ୍ଧି ପାଇଁ ହନୁମାନ ପୂଜା କରିବାକୁ ଠିକ କରିଥିଲେ। ସେହିପରି ନରହରିପୁର ଗ୍ରାମର ମନ୍ମଥ ମଲ୍ଲିକ ଏକ ବାବା ଠିକ କରିଥିଲେ। ଏକାନ୍ତରେ ପୂଜାର୍ଚନା ପୂର୍ବରୁ ଧରା ପଡି ବେଶ ମାଡ଼ ଖାଇଥିବା ଜଣାପଡିଛି। ନୀଳଗିରି ପୋଲିସ ଘଟଣା ସ୍ଥଳକୁ ଯାଇ ୬ଜଣକୁ ଆଣି ଥାନାରେ ଅଟକ ରଖିଛନ୍ତି। ସେହିପରି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା କେନ୍ଦ୍ରାପଡା ଜିଲ୍ଲାର ଜଣେ ବାବାଙ୍କୁ ମଧ୍ୟ ଧରା ଯାଇ ଅଟକ ରଖାଯାଇଛି। ଗ୍ରାମବାସୀ ମାନେ ଘଟଣା ର ତଦନ୍ତ ଦାବିକରିଥିବା ବେଳେ ଅଟକ ଥିବା ବ୍ୟକ୍ତି ପୂଜାର୍ଚନା କରିବା କଥା ସ୍ୱୀକାର କରିଛନ୍ତି। ସେହିପରି ବାବା ଜଣକ ନିଜକୁ ନିର୍ଦୋଷ କହିଛନ୍ତି।