Sunday, March 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲିଠୁ ଦେଶରେ ଲାଗୁ ହେବ ୪ଟି ନୂଆ ନିୟମ ; ଜାଣନ୍ତୁ କ’ଣ

ଦିଲ୍ଲୀ ୧୪/୨ : ମୋଦି ସରକାରଙ୍କ ଶାସନକାଳରେ ଦେଶରେ ଅନେକ ବଡ ବଡ ପରିବର୍ତ୍ତନ କରିଛନ୍ତି | ଚଳିତ ମାସରେ ମୋଦି ସରକାର ଅନେକ ବଡ ବଡ ଘୋଷଣା କରିଛନ୍ତି | ଗତ ୧୦ ତାରିଖରୁ ଆସନ୍ତା ୧୫ ତାରିଖ ମଧ୍ୟରେ ମୋଦି ସରକାର ୪ଟି ବଡ ଘୋଷଣା କରିଛନ୍ତି | ଆସନ୍ତାକାଲି ଠାରୁ ଦେଶରେ ନୂଆ ନିୟମ ଲାଗୁ ହେବ | ଆସନ୍ତୁ ଜାଣିବା ସେ ୪ଟି ନିୟମ କ’ଣ


୧. ବନ୍ଦ ହେବ ବିଏସଏନଏଲ :
ଆପଣ ଯଦି ବିଏସଏନଏଲ ଗ୍ରାହକ ତାହେଲେ ଏହି ଖବର ଆପଣଙ୍କୁ ନିରାଶ କରିବ | କାରଣ ଆସନ୍ତାକାଲି ଠାରୁ ଟେଲିକମ କମ୍ପାନୀ ବିଏସଏନଏଲ ବନ୍ଦ ହୋଇଯିବ | ବହୁତ ଦିନ ଧରି ବିଏସଏନଏଲ କମ୍ପାନୀ କ୍ଷତିରେ ଚାଲିଛି | ସେଥିପାଇଁ ମୋଦି ସରକାର ଏହି କମ୍ପାନୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ସୂଚନାଯୋଗ୍ୟ ଯେ, ୨୦୧୭-୧୮ ମଧ୍ୟରେ ବିଏସଏନଏଲ କମ୍ପାନୀର ମୋଟ ୩୨୨୮୭ କୋଟି ଟଙ୍କାର କ୍ଷତି ହୋଇଥିଲା | ତେବେ ଏହି କ୍ଷତି ପ୍ରତିବର୍ଷ ବଢି ବଢି ଚାଲିଛି | ଏଥିପାଇଁ କମ୍ପାନୀର ଅଧିକାରୀମାନେ ଏକ ବୈଠକ କରି କମ୍ପାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି |


୨. ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା :
୨୦୧୯ ବଜେଟରେ ମୋଦି ସରକାର ଚାଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ | ଏହି ଯୋଜନା ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି | ଯୋଜନା ଅନୁଯାୟୀ, ଆସନ୍ତାକାଲି ଠାରୁ ଚାଷୀମାନେ ପେନସନ ପାଇବା ପାଇଁ ଆବେଦନ କରିପାରିବେ | ଯୋଜନା ଅନୁଯାୟୀ, ୧୮ ବର୍ଷରୁ ୪୦ ବର୍ଷ ବୟସ୍କ ସମସ୍ତ ଚାଷୀ ଯାହାର ମାସିକ ଆୟ ୧୫ ହଜାର ସେମାନେ ପେନସନ ପାଇବେ | ପେନସନ ଯୋଜନା ପାଇଁ ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ଦେବାକୁ ହେବ | ୬୦ ବର୍ଷ ପରେ ସରକାର ପ୍ରତି ଚାଷୀଙ୍କୁ ମାସିକ ୩୦୦୦ ପେନସନ ଦେବାର ଯୋଜନା ହୋଇଛି |


୩. ବଦଳିବ ସିବିଏସସିର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଟର୍ନ :
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ ସିବିଏସସି ଛାତ୍ରଙ୍କ ପାଇଁ ଖୁସି ଖବର | ସିବିଏସସିର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି | ପରୀକ୍ଷା ପୂର୍ବରୁ ବୋର୍ଡ ପରୀକ୍ଷା ପାଟର୍ନରେ ପରିବର୍ତ୍ତନ କରିଛି | ନୂଆ ପାଟର୍ନ ଅନୁସାରେ ଅବଜେକ୍ଟିଭ ଟାଇପ ପ୍ରଶ୍ନ ସଂଖ୍ୟା ୧୦ ପ୍ରତିଶତରୁ ବୃଦ୍ଧି କରି ୨୫ ପ୍ରତିଶତ କରିଦେଇଛି |


୪. ଟିଭି ଚାନେଲ ଚୟନ ପାଇଁ ବଢ଼ିଲା ତାରିଖ :
ଯଦି ଆପଣ ମଧ୍ୟ ଡିଟିଏଚ କିମ୍ବା କେବଳ ଟିଭି ଦେଖୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର | ଟ୍ରାଇ ଅନୁସାରେ ଏବେ ଗ୍ରାହକ ନିଜ ପସନ୍ଦ ଅନୁସାରେ ଚାନେଲ ଚୟନ କରିପାରିବେ | ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ | ଟ୍ରାଇର ନୂଆ ନିୟମ ଅନୁସାରେ, ଟିଭି ଚାନେଲ ଚୟନ ପାଇଁ ତାରିଖ ଘୁଂଚି ଯାଇଛି | ପୂର୍ବରୁ ଏଥିପାଇଁ ଅବଧି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଥିଲା | ଏହାପରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଥିଲା | କିନ୍ତୁ ଏବେ ଏହାର ସମୟସୀମା ବଢି ମାର୍ଚ୍ଚ ୩୧ ତାରିଖ ହୋଇଛି |

2779 Views

   ସମ୍ବନ୍ଧିତ ଖବର