ରାଜ୍ୟରେ ଗଠନ ହୋଇପାରେ ୪ଟି ନୂଆ ଜିଲ୍ଲା : ରାଉରକେଲା, ବାରିପଦା, ଟିଟିଲାଗଡ, ପଦମପୁର ସବୁଠି ଉଠିଲାଣି ଦାବି

Published By : Prameya-News7 Bureau | December 27, 2018 IST

ଭୁବନେଶ୍ବର୨୭|୧୨: ଜୋର ଧରିଲା ଜିଲ୍ଲା ପୁନର୍ଗଠନ ଦାବି । ପଦ୍ମପୁରକୁ ନୂଆ ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପଦ୍ମପୁର ବିଧାୟକ । ଭୌଗଳିକ  ଏବଂ ବିକାଶ ଦୃଷ୍ଟିରୁ  ପଦ୍ବପୁର ବହୁ ପଛରେ । ମରୁଡି ପ୍ରବଣ  ଏବଂ ଆଦିବାସୀ ବହୁଳ  ତେଣୁ ସ୍ବତନ୍ତ୍ର ଜିଲ୍ଲା କରିବାକୁ ଦାବି ଜୋର ଧରିଛି । ଏପଟେ କେବଳ ପଦ୍ବପୁର ନୁହେଁ  ବଲାଙ୍ଗୀରରୁ ଟିଟିଲାଗଡ, ମୟୁରଭଞ୍ଜରୁ ବାରିପଦା, ସୁନ୍ଦରଗଡର ରାଉରକେଲାକୁ ଅଲଗା କରି ନୂଆ ଜିଲ୍ଲା ଭାବେ ଘୋଷଣା କରିବାକୁ ପୂର୍ବରୁ ଦାବି ଉଠିଛି। ଏପଟେ  ସରାକର ସ୍ତରରେ ମଧ୍ୟ ଏନେଇ କସରତ ଆରମ୍ଭ ହୋଇଛି…

{"id":67825}

ନିର୍ବାଚନ ଆସିଲା ପୁଣି ନୂଆ ଜିଲ୍ଲା ଗଠନ ଦାବି ଜୋର ଧରିଲା। ଆଜି ଏନେଇ ପଦ୍ମପୁର ବିଧାୟକ ବରଗଡରୁ ପଦ୍ମପୁରକୁ ଅଲଗା କରି ନୁଆ ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ହାଜର ହୋଇଛନ୍ତି । ବିଧାୟକ ପ୍ରଦୀପ ପୁରହିତ ଯୁକ୍ତି ବାଢ଼ିଛନ୍ତି ଯେ ଜିଲ୍ଲା ପୁନର୍ଗଠନ ନେଇ ଦାସ୍ କମିଟି  ଦେଇଥିବା ରିର୍ପୋଟରେ ବି ପଦ୍ମପୁରକୁ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ । ପଦମପୁରକୁ ନୂଆ ଜିଲ୍ଲା କରିବା ପାଇଁ ସବୁ ପ୍ରକାର ଅଧାର ପୂରଣ କରୁଛି। 

{"id":67826}

କେବଳ ବରଗଡରୁ ପଦ୍ମପୁର ଅଲଗା ହେବା କଥା ନୁହେଁ ମୟୁରଭଞ୍ଜରୁ ବାରିପଦା, ସୁନ୍ଦରଗଡରୁ ରାଉରକେଲା, ବଲାଙ୍ଗିରରୁ ଟିଟିଲାଗଡକୁ ଅଲଗା କରି ସ୍ବତନ୍ତ୍ର ଜିଲ୍ଲା ଗଠନ କରିବାକୁ ବାରମ୍ବାର ଦାବି ହୋଇଛି । କାରଣ ଭୌଗଳିକ ଦୃଷ୍ଟି କୋଣରୁ ଅନେକ ଜିଲ୍ଲାରେ ସମସ୍ୟା ରହିଛି । ଯେଉଁଥିପାଇଁ  ଏହି ଜିଲ୍ଲାଗୁଡିକ ଆଲଗା କରି ସ୍ବତନ୍ତ୍ର ଜିଲ୍ଲା ଗଠନ କରିବାକୁ  ବାରମ୍ବାର ଦାବି ଉଠିଛି । ବାରମ୍ବାର ଏଭଳି ଦାବିକୁ ଆଖି ଆଗରେ ରଖି ସରାକରୀ ସ୍ତରରେ ମଧ୍ୟ ଏନେଇ ଆଲୋଚନା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର।

{"id":67827}

ଅନେକ ଜିଲ୍ଲାରେ ଭୌଗଳିକ ଦୃଷ୍ଟି କୋଣରୁ ଜିଲ୍ଲା ମୁଖ୍ୟକାର୍ଯ୍ୟଳୟରେ ଲୋକମାନେ ପହଞ୍ଚିବା ସରକାରୀ ଯୋଜନା ମଧ୍ୟ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନି। ଯେଉଁଥିପାଇଁ ନିର୍ବାଚନ ଆସିଲେ ଜିଲ୍ଲା ପୁନର୍ଗଠନ ଦାବି ଜୋର ଧରିଛି।

{"id":67828}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.