Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଯବାନଙ୍କ ଗୁଳିରେ ଟଳିଲେ ୪ ଟପ୍ ମାଓ କ୍ୟାଡର୍, କଂଗ୍ରେସ ନେତାଙ୍କ ହତ୍ୟାକାଣ୍ଡରେ ଥିଲା ହାତ

29/05/2020 at 9:56 PM

ମାଲକାନଗିରି, ୨୯|୦୫:  ମାଲକାନଗିରି ଜିଲ୍ଲୀ ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁ ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି । ପୋଲିସ ଗୁଳିରେ ଶୁକ୍ରବାର ୪ଜଣ ଟପ୍ ମାଓ କ୍ୟାଡର ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ରାଜନନ୍ଦଗାଓଁ ନିକଟରେ ଥିବା ପାରଦିନ ଜଙ୍ଗଲରେ ମାଓମାଦୀମାନେ କ୍ୟାମ୍ପ କରିଥିବା ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ, ଡିଆରଜି ଯବାନମାନେ ସଦଳବଳେ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଏହାପରେ ଯବାନମାନେ ମଧ୍ୟ ତୁରନ୍ତ ପୋଜିସନ ନେଇ ମାଓବାଦୀଙ୍କୁ ପାଲଟା ଜବାବ ଦେଇଥିଲେ । ତେବେ ଯବାନଙ୍କ ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏପରିକି ୪ଜଣ ଟପ୍ ମାଓ କ୍ୟାଡର୍ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ-୪୭ ରାଇଫଲ୍ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ସୂଚନାଯୋଗ୍ୟ, ଏହି ମାଓ କ୍ୟାଡରମାନେ ୨୦୧୩ରେ ଜିରାମ ଘାଟିରେ କଂଗ୍ରେସ ନେତା ମହେନ୍ଦ୍ର କର୍ମା ଓ ତାଙ୍କ ପିଏସଓଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜିଲ୍ଲାର ଏସପି କହିଛନ୍ତି ।

   Related Posts