Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଧରାପଡିଲେ ୪ ନକଲି ଡାକ୍ତର : ନଥିଲା ଡିଗ୍ରୀ, ଚିକିତ୍ସା ପାଇଁ ନେଉଥିଲେ ଚଢା ଫି’

27/06/2021 at 9:33 AM

ଚିତ୍ରକୋଣ୍ଡା,୨୭/୦୬:  କରୋନା ମହମାରୀ ପାଇଁ ବନ୍ଦ ହୋଇଯାଇଛି ଲୋକଙ୍କ ରୋଜଗାର । ଏହାରି ଭିତରେ କିଛି ଅସାଧୁଙ୍କୁ ଲୋକଙ୍କ ଅସହାୟତାର ସୁଯୋଗ ନେଇ ମାଲାମାଲ ହେବାକୁ ଚାହୁଁଛନ୍ତି । ଶନିବାର ଚିତ୍ରକୋଣ୍ଡା ପୋଲିସ ଜାଲରେ ପଡିଛନ୍ତି ଚାରି ଜଣ କ୍ୱାକ୍ (ଦେଶୀ) ଡାକ୍ତର ।

ଏହି ନକଲି ଡାକ୍ତର ବିନା ଡିଗ୍ରୀରେ ଚିକିତ୍ସା ଚଲାଇଥିଲେ । ଲକ୍‌ଡାଉନ୍‌ର ଫାଇଦା ଉଠାଇ ନୀରିହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଚାରି କ୍ୱାକ୍ ଡାକ୍ତର । ପାଖରେ ନଥିଲା ଡାକ୍ତରୀ ଡିଗ୍ରୀ । ତଥାପି ଚିକିତ୍ସା ବାବଦକୁ ଚଢା ଦରରେ ଫିସ୍ ନେଉଥିଲେ।

ତେବେ ଗାଁକୁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରୁଥିବା ଚାରି ନକଲି ଡାକ୍ତରଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିବାରେ ସଫଳ ହେଇଛି। ସେମାନଙ୍କଠାରୁ ବିପୁଳ ପରିମାଣର ମେଡିସିନ୍ ଜବତ ହୋଇଛି । ଗିରଫ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

   Related Posts