Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଶାହିଦ କପୁରଙ୍କ ଏହି ୪ଟି ଦମଦାର ଫିଲ୍ମ ଆଜି ଯାଏଁ ହୋଇପାରିନାହିଁ ରିଲିଜ : ବକ୍ସ ଅଫିସରେ ହୋଇଥାଆନ୍ତା ସୁପରହିଟ୍

14/11/2019 at 2:42 PM

ମୁମ୍ବାଇ ୧୪/୧୧: ଶାହିଦ କପୁରଙ୍କ ୪ଟି ବଡ଼ ଫିଲ୍ମ ଆଜି ଯାଏଁ ରିଲିଜ ହୋଇପାରିନାହିଁ। ଯଦି ଏହି ଫିଲ୍ମଗୁଡ଼ିକ ରିଲିଜ ହୋଇଥାଆନ୍ତି ତେବେ ସୁପରହିଟ୍ ହୋଇଥାଆନ୍ତା। ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମଗୁଡ଼ିକ ବିଷୟରେ

୧. କହିଁ ତୋ ମିଲେଗି : ଏହି ଫିଲ୍ମର ନିର୍ଦେଶନା ବବି ଖାନ୍ କରିଥିଲେ। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବେ ଶାହିଦ କପୁରଙ୍କୁ ନିଆଯିବାର ଥିଲା। ଏହି ଫିଲ୍ମକୁ ଦକ୍ଷିଣ ଆଫ୍ରିକାରେ ସୁଟିଂ କରାଯିବାର ଥିଲା। କିନ୍ତୁ ପରେ କୌଣସି କାରଣବଶତଃ ଏହି ଫିଲ୍ମକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା।

୨.ୟହାଁ କେ ହମ୍ ସିକନ୍ଦର :   ଏହି ଫିଲ୍ମରେ ବଲିଉଡ ଅଭିନେତା ଶାହିଦ କପୁରଙ୍କ ସହ ଜନ୍ ଆବ୍ରାହମ ମଧ୍ୟ ନଜର ଆସିଥାଆନ୍ତେ। ଏହି ଫିଲ୍ମର କାହାଣୀ ଖେଳ ଉପରେ ଆଧାରିତ ଥିଲା। ଏହି ଫିଲ୍ମର ନିର୍ଦେଶନା ଅହମଦ ଖାନ୍ କରିବାର ଥିଲା। ଏହି ଫିଲ୍ମର ଷ୍ଟାର କାଷ୍ଟ ଫାଇନାଲ ହେବା ପରେ ମଧ୍ୟ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା।

୩. ହୀର ରାଞ୍ଝା : ଏହି ବଲିଉଡ ଫିଲ୍ମ ସାବିର ଖାନଙ୍କ ନିର୍ମାଣ କରାଯିବାର ଥିଲା। ଏହି ଫିଲ୍ମରେ ଦୀପିକା ଏବଂ ଶାହିଦ ମୁଖ୍ୟ ଭୂମିକାରେ ଅଭିନୟ କରିଥାଆନ୍ତେ। କିନ୍ତୁ ଏହି ଫିଲ୍ମ ବନ୍ଦ ହେବା ପଛରେ ଥବା କାରଣ ଆଜି ଯାଏଁ ଜଣା ପଡ଼ିପାରିଲା ନାହିଁ।

୪. ଚାରୁ ଲତା : ବଲିଉଡ ଫିଲ୍ମ ନିର୍ଦେଶକ ସଞ୍ଜୟ ଲୀଲା ଭନସାଲି ‘ଚାରୁଲତା’ ନାମକ ଏକ ବଡ଼ ଫିଲ୍ମ ନିର୍ମାଣ କରିବାର ଥିଲା। ଏହି ଫିଲ୍ମରେ ଶାହିଦ କପୁରଙ୍କ ସହ ରାଣୀ ମୁଖାର୍ଜୀ ଅଭିନୟ କରିଥାଆନ୍ତେ। ଯଦି ଏହି ଫିଲ୍ମ ରିଲିଜ ହୋଇଥାଆନ୍ତା ତେବେ ବକ୍ସ ଅଫିସରେ ଏହା ନୂଆ ରେକର୍ଡ଼ କରିଥାଆନ୍ତା।

   Related Posts