କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ଖୁବଶୀଘ୍ର ଆସୁଛି ଆଉ ୪ କରୋନା ଭ୍ୟାକ୍‌ସିନ

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨/୦୧: ସେରମ ଇନ୍‌ଷ୍ଟିଚ୍ୟୁଟ୍‌, ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ଭୋଭିସିଲ୍ଡ କରୋନା ଟିକା ଆଜି ଦେଶର ୧୩ଟି ସ୍ଥାନରେ ପହଞ୍ଚିଛି। କରୋନା ବିରୋଧରେ ଲଢ଼େଇ କରିବାକୁ ଭାରତ ଫୁଲ ପ୍ରସ୍ତୁତ ।କାରଣ ଦୁଇଟି କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ କରୋନା ଟିକା ଓ ଭାରତ ବାୟୟୋଟେକ୍‌ର କୋଭାକ୍ସିନ୍‌କୁ ଅନୁମତି ଦେଇଛନ୍ତି ଭାରତ ସରକାର। କେନ୍ଦ୍ର ସରକାର କରୋନା ଟିକା ମାମଲାରେ ଆଉ ଦୁଇପାଦ ଆଗକୁ ଯିବାକୁ ଯୋଜନା କରିଛନ୍ତି।

ବିଶ୍ବ ପାଇଁ ଉଦାହରଣ ସାଜିବାକୁ ଯାଉଛି ଭାରତ। ଖୁବଶୀଘ୍ର ଆଉ  ୪ କରୋନା ଭ୍ୟାକସିନକୁ ଭାରତରେ ଅନୁମତି ଦିଆଯାଇପାରେ ବୋଲି ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସମସ୍ତ ପ୍ରକ୍ରିୟା ସରିବା ପରେ ଜାଇଡସ୍‌ କାଡିଲା, ସ୍ପୁଟନିକ୍‌ ଭି, ବାଇଲୋଜିକାଲ ଓ ଜେନୋଭା କରୋନା ଟିକା ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହୋଇପାରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

ଏହି ସବୁ କରୋନା ଭ୍ୟାକସିନ୍‌ ଏବେ ବିଭିନ୍ନ ଟ୍ରାଏଲ ଷ୍ଟେଜ୍‌ରେ ଅଛି। ଧିରେ ଧିରେ କାର୍ଯ୍ୟ ଦକ୍ଷତାକୁ ନଜରରେ ରଖି ଏହାକୁ ଅନୁମତି ମିଳିବ ବୋଲି ସଂକେତ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.