ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଦୁର୍ବୃତ୍ତଙ୍କ ମାଡ଼ରେ ନଷ୍ଟ ହେଲା ୪ମାସର ଗର୍ଭସ୍ଥ ଶିଶୁ

Published By : Prameya-News7 Bureau | December 06, 2021 IST

ନୟାଗଡ, ୦୬।୧୨: ଫତେଗଡ ଥାନା ବାଦୀଲୋ ଗାଁରେ ଘଟିଛି ଅଭାବନୀୟ କାଣ୍ଡ । ସାମାନ୍ୟ ବଚସାରୁ ଗଣ୍ଡଗୋଳ ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣରେ ୪ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି | କୌଣସି କାରଣକୁ ନେଇ ବାଦୀଲୋ ଗ୍ରାମର ଅଯୋଧ୍ୟା ବେହେରା ଓ ସେହି ଗ୍ରାମର କିଛି ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା | ଉକ୍ତ ଲୋକ ମାନେ ଅଯୋଧ୍ୟାଙ୍କୁ ଆକ୍ରମଣ କରୁଥିବା ବେଳେ ଅଯୋଧ୍ୟାଙ୍କ ପତ୍ନୀ ନର୍ମଦା ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଯାଇଥିଲେ ।

ତେବେ ଆକ୍ରମଣକାରୀମାନେ ନର୍ମଦାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ନର୍ମଦାଙ୍କ ଗର୍ଭରେ ଥିବା ୪ ମାସର ଶିଶୁର ମୃତ୍ୟୁ ହୋଇଥିଲା । ଏ ନେଇ ଅଯୋଧ୍ୟା ଓ ତାଙ୍କ ପତ୍ନୀ ନ୍ୟାୟ ପାଇଁ ଫତେଗଡ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ତେବେ ଫତେଗଡ ପୋଲିସର ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.