କରୋନାକୁ ଜିତିଲେ ୪ ମାସର ଶିଶୁ, ୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ ସୁସ୍ଥ

Published By : Prameya-News7 Bureau | June 13, 2020 IST

ବିଶାଖାପାଟନମ୍ ୧୩।୬: ଦେଶରେ ଦିନକୁ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯେଉଁଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସେହିଭଳି କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ସେହିଭଳି ୪ ମାସର ଶିଶୁ ମଧ୍ୟ କରୋନା ଯୁଦ୍ଧରେ ବିଜୟୀ ହୋଇଛି । ଶିଶୁଟିକୁ କୋଭିଡ୍-୧୯ ସଂକ୍ରମିତ ହେବା ପରେ ଭେଣ୍ଟିଲେଟରରେ ରଖାଯାଇଥିଲା । ୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ ଶୁକ୍ରବାର ଦିନ ଶିଶୁର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏଭଳି ଘଟଣା ଆନ୍ଧ୍ରପ୍ରଦେଶର ।

{"id":285447,"sizeSlug":"large"}

ଜିଲ୍ଲା କଲେକ୍ଟର ବିନୟ ଚାନ୍ଦ କହିଛନ୍ତି, ପୂର୍ବ ଗୋଦାବରୀର ଜଣେ ଆଦିବାସୀ ମହିଳା ମେ’ ମାସରେ କୋଭିଡ୍-୧୯ ସଂକ୍ରମିତ ହୋଇଥିଲେ । ଏହାପରେ ଡାକ୍ତରମାନେ ନିଶ୍ଚିତ କରିଥିଲେ ଯେ ତାଙ୍କର ୪ ମାସର ଶିଶୁ ମଧ୍ୟ ସଂକ୍ରମିତ ହୋଇଛି। ଶିଶୁଟିକୁ ମେ’ ୨୫ ତାରିଖରେ ବିଶାଖାପାଟନମ୍ ଭିଆଇଏମ୍ଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ୧୮ ଦିନ ଭେଣ୍ଟିଲେଟରରେ ଚିକିତ୍ସା କରାଯାଇଥିଲା। ନିକଟରେ ଡାକ୍ତରମାନେ ଶିଶୁ କୋଭିଡ୍-୧୯ ପରୀକ୍ଷା କରିଥିଲେ । ଏହାର ରିପୋର୍ଟ ନେଗେଟିଭ୍ ଆସିଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଭିଆଇଏମ୍ଏସ୍ ର ଡାକ୍ତରମାନେ ଶୁକ୍ରବାର ସନ୍ଧ୍ୟାରେ ଶିଶୁଟିକୁ ଡିସଚାର୍ଜ କରିଥିଲେ।

{"id":285448,"sizeSlug":"large"}

ଏହି ସମୟରେ ଶୁକ୍ରବାର ଦିନ ବିଶାଖାପାଟନମ୍ ଜିଲ୍ଲାରେ ୧୪ ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମଣ ହୋଇଥିବା ସୂଚନା ମିଳିଥିଲା । ରାଜ୍ୟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୪୨୯ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାରାତ୍ମକ ଭାଇରସ୍ ଯୋଗୁଁ ରାଜ୍ୟରେ ମୋଟ୍ ୮୦ ଜଣ ପ୍ରାଣ ହରାଇଛନ୍ତି।

{"id":285449,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଭାଇରସ୍ ସଂକ୍ରମଣର ମୋଟ୍ ମାମଲା ପ୍ରାୟ ୩ ଲକ୍ଷ (୨୯୭୫୩୫) ରେ ପହଞ୍ଚିଛି। ସଂକ୍ରମିତ ସଂଖ୍ୟାର ଅର୍ଦ୍ଧେକ ଅର୍ଥାତ୍ ୧୪୭୧୯୫ ଜଣ ଏପର୍ଯ୍ୟନ୍ତ ଏହି ମାରାତ୍ମକ ଭାଇରସ୍ କବଳରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇସାରିଛନ୍ତି। ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୮୪୯୮ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.