Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରଶ୍ନ ପଚାରିଦେଇ ବିଧାନସଭାରେ ଆଜି ଅନୁପସ୍ଥିତ ରହିଲେ ଶାସକ ଦଳର ୪ ବିଧାୟକ, ଗର୍ଜିଲେ ବିରୋଧୀ

16/07/2019 at 7:03 PM

ଭୁବନେଶ୍ବର୧୬|୭; ବିଧାନସଭା ପ୍ରଶ୍ନକାଳରେ ପ୍ରଶ୍ନକର୍ତ୍ତାଙ୍କ ଅନୁପସ୍ଥିତକୁ ନେଇ ଆଜି ପୁଣି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଖାସ କରି ଶାସକ ଦଳର ବିଧାୟକଙ୍କ  ଅନୁପସ୍ଥିତକୁ ନେଇ ବିରୋଧୀ ସରକାରଙ୍କୁ  ଘେରିଛନ୍ତି । ଶାସକ ଦଳର ବିଧାୟକ ମାନେ ପାଟକୁରା ନିର୍ବାଚନକୁ ଗୁରୁତ୍ବ ଦେଉଛନ୍ତି ହେଲେ ବିଧାନସଭାକୁ ଗୁରୁତ୍ବ ଦେଉ ନାହାନ୍ତି । ପ୍ରଶ୍ନ ଥିଲେ ବି ଗୃହକୁ ନଆସି ଭୋଟ ପ୍ରଚାର କରୁଛନ୍ତି । ସେପଟେ ବିଜେଡି କହିଛି  ଦେହ ଅସୁସ୍ଥ ଥିବା କାରଣରୁ ବିଧାୟକ ମାନେ ଆସିପାରି ନଥିବେ ।

ବିଧାୟକ  ପ୍ରଶାନ୍ତ ବେହେରା… ଆବସେଣ୍ଟ ।  ରାଜେନ୍ଦ୍ର କୁମାର ସାହୁ… ଆବସେଣ୍ଟ,  ପ୍ରିତିରଞ୍ଜନ ଘଡାଇ .. ଆବସେଣ୍ଟ,  ପ୍ରତାପ କେଶରୀ ଦେବ .. ଆବସେଣ୍ଟ,  ପ୍ରଶାନ୍ତ ମୁଦୁଲି.. ଆବସେଣ୍ଟ । ଆଜି ବିଧାନସଭା ପ୍ରଶ୍ନ କାଳରେ ଗୃହରେ ଶୁଣିବାକୁ ମିଳିଥିଲା ଏମିତି କିଛି ଘୋଷଣା । ପ୍ରଶ୍ନ କରିଥିବା ତାଲିକାରେ ଥିବା  ବିଧାୟକଙ୍କ ନାଁ ଡାକିଥିଲେ  ବାଚସ୍ପତି । ହେଲେ ପ୍ରଶ୍ନକର୍ତ୍ତାଙ୍କର ଗୃହରେ ଦେଖା ନଥିଲା ।  ବିଧାନସଭାରେ ଶାସକ ଦଳର ସଦସ୍ୟଙ୍କ ଏମିତି ଅନୁପସ୍ଥିତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଉଭୟ ବିଜେପି ଓ  କଂଗ୍ରେସ କହିଛନ୍ତି ଶାସକ ଦଳ ପାଇଁ ବିଧାନସଭା କି ଲୋକଙ୍କ ପ୍ରସଙ୍ଗ ବଡ ନୁହେଁ । ନିର୍ବାଚନ ଜିତି ସଂଖ୍ୟା ବଢାଇବା ପ୍ରାଥମିକତା । ସେଥିଲାଗି ପ୍ରଶ୍ନ କରିଥବା ସତ୍ତ୍ବେ ସେମାନେ ଗୃହକୁ ନଆସି  ପାଟକୁରାରେ ଭୋଟ ପ୍ରଚାରରେ ମାତିଛନ୍ତି।

ଶାସକ ଦଳ କିନ୍ତୁ ଏହାର ଜବାବ ରଖିଛି । ମୁଖ୍ୟ ସଚେତକ କହିଛନ୍ତି ଗୃହ ଠିକ ଚାଲିଛି, ଯେଉଁ  ବିଧାୟକ ମାନଙ୍କର ମେଡିକାଲ କେଶ୍ ଥିବ କିମ୍ବା ଦେହ ଖରାପ ଥିବ ସେମାନେ ବିଧାନସଭାକୁ ଆସିପାରି ନଥିବେ ।

ଦୁଇ ଦିନ ଧରି ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଏଭଳି କଥାକଟାକଟି ଚାଲିଛି।  

   Related Posts