ଓର୍କେଷ୍ଟ୍ରାରେ କାମ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ଜଣେ ଗିରଫ,୪ଅଭିଯୁକ୍ତ ଫେରାର

Published By : Prameya-News7 Bureau | December 14, 2020 IST

ପ୍ରୟାଗରାଜ ୧୪/୧୨: ସଙ୍ଗମ ନଗରୀ ପ୍ରୟାଗରାଜରେ ଓର୍କେଷ୍ଟ୍ରାରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଓର୍କେଷ୍ଟ୍ରା​‌ରେ କାମ ଦେବା ବାହାନାରେ ଝୁନସି ଥାନା ଅଞ୍ଚଳର କଟକାରେ ଶନିବାର ରାତିରେ ୪ଯୁବକ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ବାକି ୩ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି।

ପୀଡ଼ିତା ଜୌନପୁର ଜିଲ୍ଲା ବାସିନ୍ଦା। ଏବେ ସେ ପ୍ରୟାଗରାଜର ନୈନି ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ପୋଲିସ୍ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି। ପୋଲିସର କହିବା ଅନୁସାରେ ଓର୍କେଷ୍ଟ୍ରାରେ କାମ କରୁଥିବା ଯୁବତୀଙ୍କୁ କୌଶାମ୍ବୀରେ ରହୁଥିବା ଜିତେନ୍ଦ୍ର ନାମକ ଯୁବକ କାମ ଦେବା ବାହାନାରେ ଏକ ହୋଟେଲକୁ ଡକାଇଥିଲା। ଏଠାରେ ସେ ନିଜ ଅନ୍ୟ ୩ବନ୍ଧୁଙ୍କୁ ମଧ୍ୟ ଡକାଇଥିଲା। ଏହା ପରେ ଜଣେ ଜଣେ କରି ୪ଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ।

ପୀଡ଼ିତା ଯେକୌଣସିମତେ ଅଭିଯୁକ୍ତଙ୍କ କବଳରୁ ଖସିଆସି ସିଧା ଝୁନସି ଥାନା ପହଞ୍ଚିଥିଲେ ଏବଂ ପୋଲିସକୁ ସବୁ କଥା କହିଥିଲେ। ପୋଲିସ୍ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ସେ କହିଥିବା ଠିକଣା ଅନୁସାରେ ଯୁବକକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.