ସନ୍ନ୍ୟାସିନୀଙ୍କୁ ଗଣଦୁଷ୍କର୍ମ : ବିରୋଧ କରିବାରୁ ସନ୍ନ୍ୟାସୀଙ୍କୁ ନିର୍ଧୁମ୍ ପିଟିଲେ ୪ଦୁର୍ବୃତ୍ତ

Published By : Prameya-News7 Bureau | September 09, 2020 IST

ଗୋଡ୍ଡା ୯/୯: ଝାଡ଼ଖଣ୍ଡର ଗୋଡ୍ଡାରୁ ଅମାନବୀୟ ଘଟଣା ସାମନାକୁ ଆସିଛି। ଏଠାରେ ଏକ ଆଶ୍ରମର ସନ୍ନ୍ୟାସିନୀଙ୍କ ସହ ଗଣଦୁଷ୍କର୍ମ ଘଟିଛି। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସ୍ କହିଛି ଯେ ୪ଜଣ ଅଭିଯୁକ୍ତ ଜବରଦସ୍ତି ସେ ସୋମବାର ବିଳମ୍ବିତ ରାତିରେ ପଥଓ୍ବାରା ଗାଁ ସ୍ଥିତ ଆଶ୍ରମରେ ପଶି ଯାଇଥିଲେ। ବନ୍ଧୁକ ଦେଖାଇ ସନ୍ନ୍ୟାସିନୀଙ୍କୁ ବନ୍ଧକ ରଖିଥିଲେ। ସେହି ସମୟରେ ରାଣୀଡିହରେ ଥିବା ଆଶ୍ରମରେ ୪ଜଣ ସନ୍ନ୍ୟାସିନୀ ଏବଂ ଜଣେ ସାଧୁ ଥିଲେ।

ପୋଲିସର କହିବା ଅନୁସାରେ ରାତି ପାଖାପାଖି ସାଢ଼େ ୨ଟାରେ ଦୁର୍ବୃତ୍ତମାନେ କାନ୍ଥ ଭାଙ୍ଗି ଭିତରେ ପଶିଥିଲେ। ତାଙ୍କ ପାଖରେ ଧାରୁଆ ଅସ୍ତ୍ର ଥିଲା ଏବଂ ଗୋଟିଏ କକ୍ଷରେ ୩ଜଣ ସନ୍ନ୍ୟାସିନୀ ଶୋଇଥିଲେ। ୨ଜଣ ସନ୍ନ୍ୟାସିନୀ ଯେକୌଣସିମତେ ସେମାନଙ୍କ କବଳରୁ ଖସି ଯାଇଥିଲେ। କିନ୍ତୁ ଆଉ ଜଣଙ୍କୁ ସେମାନେ ସେହି କକ୍ଷରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ସହ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଜଣେ ସାଧୁ ଏହାର ବିରୋଧ କରିବାରୁ ତାଙ୍କୁ ନିର୍ଧୁମ ପିଟିଥିଲେ।

ପୀଡ଼ିତା ମଙ୍ଗଳବାର ମାମଲା ରୁଜୁ କରିଥିଲେ। ଏହା ପରେ ପୋଲିସ୍ ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲା। ପୋଲିସ୍ ଚତୁର୍ଥ ଅଭିଯୁକ୍ତକୁ ଧରିବା ପାଇଁ ଖୋଜା ଜାରି ରଖିଛି। ପୋଲିସର କହିବା ଅନୁସାରେ ପୀଡ଼ିତା ଧାର୍ମିକ ସମାରୋହରେ ଯୋଗ ଦେବା ପାଇଁ ଫେବୃୟାରୀ ମାସରେ ଆଶ୍ରମ ଆସିଥିଲେ କିନ୍ତୁ ଲକଡାଉନ୍ କାରଣରୁ ଏଠାରେ ଫସି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.