କାର୍ଯ୍ୟକ୍ରମ ‘ପରୀ’ର ପ୍ରଭାବ, ସୋରରେ ହୋଟେଲ କନକଦୁର୍ଗା ଉପରେ ଚଢଉ, ୪ନାବାଳକ ଉଦ୍ଧାର

Published By : Prameya-News7 Bureau | July 31, 2019 IST

ସୋର୩।୭: ବାଲେଶ୍ବର ଜିଲ୍ଲା ସୋର ମ୍ୟୁନସିପାଲଟି ତଥା ୧୬ନଂ ଜାତୀୟ ରାଜପଥ ନିକଟରେ ଗଢି ଉଠିଥିବା ଛୋଟ ବଡ ହୋଟେଲ ଓ ରେଷ୍ଟୁରାଣ୍ଟ ଏବେ ଶିଶୁ ଶ୍ରମିକଙ୍କ ପାଇଁ ରୋଜଗାରର ସ୍ଥଳ ପାଲଟିଛି । ଏହି ହୋଟେଲଗୁଡିକ ପାଇଁ ଜିଲ୍ଲା ବାହାରୁ ଓ ଆଦିବାସୀ ଉପାନ୍ତ ଅଞ୍ଚଳ ମୟୁରଭଞ୍ଜ ଓ ନୀଳଗିରିରୁ ଛୋଟଛୋଟ ଆଦିବାସୀ ନାବାଳକଙ୍କୁ ଆଣି ଅଧିକ ପାରିଶ୍ରମିକ ଲୋଭ ଦେଖାଇ ହୋଟେଲ କାମରେ ନିୟୋଜିତ କରାଯିବା ସହ ସେମାନଙ୍କୁ ଶାରୀରିକ ଓ ମାନଶିକ ନିର୍ଜାତନା ଦିଆଯାଉଛି।

{"id":139447}

ତେବେ ଗତ ୩୦ ରିଖ ଠାରୁ ଅଗଷ୍ଟ ୧୩ ତାରିଖ  ପର୍ଯ୍ୟନ୍ତ ‘ପରୀ’ର ତୃତୀୟ ବର୍ଷିକ କାର୍ଯ୍ୟକ୍ରମ ସୋରରୁ ଅରମ୍ଭ ହୋଇଛି । ସୂଚନା ମୁତାବକ ସୋର ଜାତୀୟ ରାଜମାର୍ଗ ନମ୍ବର  ୧୬ର  ମାଟିଆ ପଲ୍ଲା ନିକଟରେ ଥିବା କନକଦୁର୍ଗା ହୋଟେଲ ଉପରେ ପରି କାର୍ଯ୍ୟକ୍ରମରେ ସାମିଲ ଥିବା ପୋଲିସ ଅଧିକାରୀ ବିମଳ ଦାସ ଓ ମୌସୁମୀ ମହାନ୍ତିଙ୍କ ୪ଜଣିଆ ଟିମ ଚଢଉ କରିଛନ୍ତି।  ଏହି ଚଢଉରେ ୪ଜଣ ନାବାଳକଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ଦାଖଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.